ଶ୍ରୀ ରଘୁନାଥ ଜିଉଙ୍କ ଗିରି ଗୋବର୍ଦ୍ଧନ ଉତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ,୨୨।୧୦(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ସ୍ବର୍ଣ୍ଣ କଳଶ କ୍ଷେତ୍ରରେ କ୍ଷେତ୍ରବାସୀ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ଗୋବର୍ଦ୍ଧନ ଉତ୍ସବ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁଙ୍କର ସନ୍ଧ୍ୟା ନୀତି ପରେ ୩ ଠାକୁରଙ୍କ ଚଳନ୍ତି ପ୍ରତିମା ସିଂହାସନରୁ ଆସି ବିମାନରେ ବିଜେ କରିଥିଲେ । ରୋଷଣୀ ଜାଳି ଘଣ୍ଟ ଘଣ୍ଟା ମୃଦଙ୍ଗ, କାହାଳୀ, ଛତି ତ୍ରାସ ଧରି ଥାଟ ପାଟ ପଟୁଆରେ ନଗର ପରିକ୍ରମା କରି ଠାକୁର ତତ୍କାଳିନ ଦଶହରା ପଡିଆ ବର୍ତ୍ତମାନ ତହସିଲ କାର୍ଯ୍ୟାଳୟ ମଧ୍ୟରେ ଥିବା ମଣ୍ଡପକୁ ବିଜେ କରିଥିଲେ । ମନ୍ଦିର ପରିଚ୍ଛାଙ୍କ ଦ୍ବାରା ସଂସ୍କାର ହୋମ ସରିବା ପରେ ୧୨ ବୋଝ ଚୁଡାଘଷା ଏବଂ ୩ ଆଟିକା ଦୁଗ୍ଧ ଚୁଡା ପ୍ରଭୁଙ୍କ ନିକଟରେ ଲାଗି ହୋଇଥିଲା । ପୂଜାପଣ୍ଡା ଅଶୋକ କୁମାର ନନ୍ଦଙ୍କ ଦ୍ବାରା ଯଥାବିଧି ଉପଚାରରେ ପରମ୍ପରା ଗତ ରାଜଭୋଗ ଅର୍ପଣ କରିଥିଲେ । ଉତ୍ସବ ସମୟରେ ତହସିଲଦାର ମାନସ ରଞ୍ଜନ ଭୋଇ, ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ଅଭୟ ବେହେରାଙ୍କ ସହିତ
ମନ୍ଦିର ସୁପରଭାଇଜର ଜୀତେନ୍ଦ୍ର ମିଶ୍ର ଏବଂ ରଙ୍ଗଣୀପାଟଣା ସୁବୁଦ୍ଧି ପରିବାର ପ୍ରତିନିଧି ଓ ଓଡ଼ଗାଁ ପୋଲିସ ପ୍ରଶାସନ ଉପସ୍ଥିତ ଥିଲେ। ସୂଚନା ଥାଉକି ଦିପାବଳୀ ଅମାବାସ୍ୟା ପରଦିନ ରାତିରେ ଗୋପର୍ଦ୍ଧନ ପୂଜା ଉତ୍ସବ ପାଳନ ହୋଇଆସୁଛି । ୧୨ ବୋଝ ଚୁଡାଘଷା ସହିତ ୩ ଆଟିକା ଦୁଗ୍ଧ ଚୁଡାର ଅଧା ଅଂଶ ସାଧାରଣ ଭକ୍ତଙ୍କ ଉଦ୍ଦେଶ୍ୟରେ ବଣ୍ଟନ ପାଇଁ ଉତ୍ସର୍ଗ କରାଯାଇଥିବା ବେଳେ ଅବଶିଷ୍ଟ ଭୋଗକୁ ଦାତା ଏବଂ ମନ୍ଦିର ପ୍ରଶାସନ, ପୂଜକ ପରିଷଦ, ଓ ସେବକ ସୁଆର ପରିଷଦ ମାନଙ୍କ ମଧ୍ୟରେ ବଣ୍ଟନ କରିବାର ବ୍ୟବସ୍ଥା ହୋଇଥିଲା ।

0
0
0
s2sdefault