ଓଡ଼ଗାଁ,୨୨।(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋରପିଠା ନିକଟ ଗୋଡିପାଟଣା ଗ୍ରାମର ସ୍ବର୍ଗତ ଆନନ୍ଦ ଚନ୍ଦ୍ର ମୁଦୁଲିଙ୍କ ସ୍ତ୍ରୀ ଛାୟା ମୁଦୁଲି (୭୫) ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ନେଇ ଅଭିଯୋଗ ହୋଇଛି । ବୃଦ୍ଧା ଛାୟା ମୁଦୁଲି ବୁଧବାର ଅପରାହ୍ନ ଗୋଟାଏ ବେଳେ ସ୍ନାନ ଶୈ।ଚପାଇଁ ଘରୁ ବାହାରକୁ ଯାଉଥିଲେ । ଫେରିବାର ବିଳମ୍ବ ଯୋଗୁଁ ପରିବାର ଲୋକେ ଖୋଜାଖୋଜି କରିବାକୁ ଯାଇ ଗୋଡ଼ି ପାଟଣା ନୂଆ ପୋଖରୀରେ ଛାୟା ମୁଦୁଲି ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ସଂଗେ ସଂଗେ ପାଣିରୁ ଉଦ୍ଧାର କରି ବାହାରକୁ ଆଣିଥିଲେ। ତେବେ ସେତିକି ବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହେବା ସହିତ ବ୍ୟବଚ୍ଛେଦ ପାଇଁ ଛାୟା ମୁଦୁଲିଙ୍କ ମୃତ ଶରୀରକୁ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା । ଏବଂ ବ୍ୟବଚ୍ଛେଦ ପରେ ପରିବାରର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।
ରାଜ୍ୟ
ପାଣିରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ
- Hits: 8