ସାଇକେଲ୍ କୁ ଧକ୍କା ଦେଲା ମୋଟରସାଇକେଲ୍ ; ସ୍ଵଚ୍ଛ କର୍ମୀ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଆଳିଆ ସାହି ଛକ ନିକଟରେ ଏକ ସାଇକେଲ୍ ସହ ଏକ ମୋଟରସାଇକେଲ୍ ର ଧକ୍କା ହେବା ଫଳରେ ସାଇକେଲ୍ ଆରୋହୀ ଜଣଙ୍କ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ଏନ୍ଏସିରେ ସ୍ଵଚ୍ଛକର୍ମୀ ଭାବେ କାର୍ଯ୍ୟ କରୁ୍ଥିବା ସୁମିତା ନାୟକ ନିଜ କାର୍ଯ୍ୟକ୍ଷେତ୍ରକୁ ଯିବା ସମୟରେ ବେଲଗୁଣ୍ଠା ବଜାର ପଟୁ ବାଲିପଦର ଅଭିମୁଖେ ଯାଉଥିବା ଏକ ଗ୍ଲାମର ସୁରମଣୀ ଗ୍ରାମର ଏସ ଗୌଡ଼ ମୋଟରସାଇକେଲ୍ ସହ ସ୍ଵଚ୍ଛକର୍ମୀଙ୍କ ସାଇକେଲ୍ ର ଧକ୍କା ହୋଇଥିଲା I ଫଳରେ ସ୍ଵଚ୍ଛକର୍ମୀ ଜଣଙ୍କ ସାଇକେଲ୍ ରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ I ତାଙ୍କୁ ପ୍ରଥମେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି I

0
0
0
s2sdefault