ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଉଢୁରା କ୍ଲଷ୍ଟର୍ ସ୍ତରୀୟ ସୁରଭି ସ୍ଥାନୀୟ ସିଆରସିସି ରମେଶ୍ କୁମାର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି I ସରକାରୀ ପଟେଲ୍ ରୋଡ଼୍ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ପର୍ବରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ଏବିଇଓ ପ୍ରତିଭା ରଥ,ସମାଜସେବା ଜିତେନ୍ଦ୍ର କୁମାର ନାୟକ,ପଂଚାୟତ ସମିତି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡା,ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା, ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ବେଲଗୁଣ୍ଠା ବ୍ଲକ୍ ସଂଯୋଜକ ନବୀନ ଚନ୍ଦ୍ର ପରମାଣିକ,କାଉନସିଲର୍ ପ୍ରତିନିଧିଜିତେନ୍ଦ୍ର କୁମାର ସୁବୁଦ୍ଧି,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ସାହୁ, ଉପଦେଷ୍ଟା ଭି ଦେବୀ ପ୍ରସାଦ ପାତ୍ର, ଗୋଷ୍ଠୀ ସହଯୋଗୀ ପ୍ରକାଶ ଚନ୍ଦ୍ର ଡାକୁଆ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ସିଆରସିସି ଏବଂ ଉଢୁରା କ୍ଳଷ୍ଟର୍ ର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ I ଶିକ୍ଷକ ଦେବୀ ପ୍ରସାଦ ନାୟକ, ଶିକ୍ଷୟିତ୍ରୀ ଅଳକା ପ୍ରଧାନ ଏବଂ ଶିବ ରଞ୍ଜନୀ ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I