ଜଗତସିଂହପୁର,ତା-୨୨.୧୦.୨୦୨୫/ସୁମନ୍ତ କୁମାର ଦାସ:ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ଏବଂ ସାଇବର ସୁରକ୍ଷା ରଥ ର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ସାଇବର ଅପରାଧ ଏବେ ଶିକ୍ଷିତ ଅଶିକ୍ଷିତ ସମସ୍ତଙ୍କୁ ତାର ଶିକାର କରୁଛି ବୋଲି କହିଥିଲେ।ସଚେତନ ରହିଲେ ହିଁ ଏହି ଠକେଇ ରୁ ବଞ୍ଚିହେବ। ଏଥିପାଇଁ ସେ ବିଦ୍ୟାଳୟ ସ୍ତରୀୟ ପାଠ୍ୟ କ୍ରମ ରେ ଏ ଆଇ ସଚେତନତା କୁ ସାମିଲ୍ କରିବା ପ୍ରସଙ୍ଗ ରେ କହିଥିଲେ।ଦିନକୁ ଦିନ ବଢୁଥିବା ବିଗତ ଦିନରେ ଆମେ କଥା ହେଉଥିବା ଭର୍ଚୁଆଲ ରିୟଲିଟି ବା ଅଗ୍ ମେଣ୍ଟେଡ ରିୟଲିଟି ଏବେ ସତ୍ୟ ରେ ପରିଣତ ହୋଇଛି। ସେଥିପାଇଁ ସମସ୍ତେ ସଚେତନ ରହିବାକୁ ସେ ପରାମର୍ଶ ଦେଇଥିଲେ।ଏହି ସଭାରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ସାଇବର ସୁରକ୍ଷା ର ଶପଥ ପାଠ କରାଇଥିଲେ। ଯେଉଁଥିରେ ନିଜର ବ୍ୟକ୍ତିଗତ ତଥ୍ୟ, ଓ ଟି ପି, ଆଦି ଅଜଣା ନମ୍ବର କୁ ସେୟାର ନ କରିବା, ଅଜଣା ଲିଙ୍କ ଉପରେ କ୍ଲିକ୍ କରିବା ପୂର୍ବରୁ ତାକୁ ଯାଞ୍ଚ କରିବା, ସୋସିଆଲ ମିଡିଆରେ ସତର୍କତା ର ସହ ମେସେଜ ଫରୱାର୍ଡ, ଫ୍ରେଣ୍ଡ୍ ରିକ୍ୱେଷ୍ଟ ଏକ୍ସେପ୍ଟ, ଭିଡ଼ିଓ କଲ୍ ଆଦି ପ୍ରତି ସତର୍କ ରହିବା ପାଇଁ ଶପଥ ରହିଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ପାରାଦ୍ଵୀପ ଶ୍ରୀ ସ୍ମୃତିରଞ୍ଜନ କର ମଧ୍ୟ ସାଇବର ସଚେତନ ରହିବାକୁ ଉପଦେଶ ଦେଇଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସତ୍ୟବ୍ରତ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏସ ଡି ପି ଓ ଶ୍ରୀ ଅଜିଙ୍କ୍ୟା ମାଣେ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମ ରେ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଦ୍ୟାଳୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ , ସିଭିଲ ସୋସାଇଟି, ବ୍ୟାଙ୍କ ଅଧିକାରୀ, ଶିଳ୍ପାନୁଷ୍ଠାନ, ସହର ର ବୁଦ୍ଧିଜୀବି,ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ସାଇବର ସଚେତନତା ଶପଥ ପାଠ କରିଥିଲେ। ସାଇବର ଠକାମୀ ର ଶିକାର ହେଲେ ସର୍ବ ପ୍ରଥମେ ହେଲ୍ପ ଲାଇନ ନମ୍ବର ୧୯୩୦ କୁ କଲ ଏବଂ ସାଇବର ପୋର୍ଟାଲ ରେ ରେଜିଷ୍ଟ୍ରେସନ୍ କରିବାକୁ ଅତିଥି ମାନେ ଉପଦେଶ ଦେଇଥିଲେ। ସାଇବର ସଚେତନତା ସମ୍ବନ୍ଧୀୟ ବିଭିନ୍ନ ଭିଡିଓ ପ୍ରଦର୍ଶିତ ହୋଇଥିଲା। ପରେ ସାଇବର ସୁରକ୍ଷା ବସ କୁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ତଥା ଅନ୍ୟ ସମସ୍ତ ଅତିଥି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାଛଡ଼ା ବିଭିନ୍ନ ବ୍ଲକ୍ ରେ ଚାଲୁଥିବା ଆମ ବସ ସାଇବର ସଚେତନତା ବାର୍ତ୍ତା ଥିବା ଷ୍ଟିକର ଲଗାଯାଇଥିଲା।ମାସ୍କଟ ' ସାଇରା ' ବୁଲି ବୁଲି ସମସ୍ତଙ୍କୁ ସାଇବର ସଚେତନତା ଲିଫ୍ଲେଟ ବାଣ୍ଟି ଥିଲା। ଅତିଥି ମାନେ ସେଲ୍ଫି ଜୋନ ରେ ଫୋଟୋ ଉଠାଇଥିଲେ।ଏହି ଅଭିଯାନ ଏକମାସ ପର୍ଯ୍ୟନ୍ତ ଚାଲିବ।ବର୍ତ୍ତମାନ ସମୟ ରେ ବୃଦ୍ଧି ପାଉଥିବା ସାଇବର ଅପରାଧ କୁ ଏହି ସଚେତନତା କିଛିମାତ୍ରାରେ ନିଶ୍ଚୟ ରୋକିପରିବ ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅଭିଯାନ ରେ ଥିମ ରହିଛି ଷ୍ଟପ, ଭେରିଫାଏ, ବି ସିକ୍ୟୋର ବା ରୁହ, ଯାଞ୍ଚ୍ କର, ସୁରକ୍ଷିତ ରୁହ। ସଚେତନତା ବସ ଜିଲ୍ଲା ର ସମସ୍ତ ବ୍ଲକ୍ ଓ ମ୍ୟୁନିସପାଲିଟି ବୁଲି ଲୋକଙ୍କୁ ସାଇବର ଅପରାଧ ବିଷୟ ରେ ସଚେତନ କରାଇବ। କାର୍ଯ୍ୟକ୍ରମ ରେ ସାଇବର ସୁରକ୍ଷା ସମ୍ବଳିତ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା। ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ରାଜ୍ୟ
ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ଓ ସାଇବର ସୁରକ୍ଷା ରଥ ଶୁଭାରମ୍ଭ
- Hits: 8