ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ଆଜି ପବିତ୍ର କୁମାର ପୂର୍ଣ୍ଣମୀ ଅବସରରେ ବେଲଗୁଣ୍ଠା ସହରର ଏବଂ ବ୍ଳକ୍ ର ବିଭିନ୍ନ ପୂଜା ମଣ୍ଡପରେ ଧନଦାତ୍ରୀ ମାଆ ଗଜଲକ୍ଷ୍ମୀଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ସହରରେ ଜଗନ୍ନାଥ ପ୍ରସାଦ ରୋଡ୍ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଜଗନ୍ନାଥପ୍ରସାଦ ରୋଡ଼୍ ଲକ୍ଷ୍ମୀ ନଗରରେ ଏବଂ ଶ୍ରୀ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ମେଇନ ରୋଡ଼୍ ହାଟପଦାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଆଙ୍କୁ ଆବାହନ କରାଯାଇଛି I ଏହିପରି ପଣ୍ଡା ସାହି ଗଜଲକ୍ଷ୍ମୀ ପୂଜା କମିଟି ଓ ଧନିଜାପଲ୍ଲୀପୂଜା କମିଟି ମାଁ ଆଙ୍କୁ ଆବାହନ କରାଯାଇଛି।ସେହିପରି ବ୍ଳକ୍ ର ଗୋବରା ମୁଖ୍ୟ ସଡ଼କରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । କ୍ଷତ୍ରିୟ ବରପୁର ରେ ଗଜଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ କଳସଯାତ୍ରା,ଶାଲା ପୂଜା, ସୂର୍ଯ୍ୟପୂଜା ଜପସ୍ତବ ପାଠ,କଳସ ସ୍ଥାପନ, ହୋମଯଜ୍ଞ ମଧ୍ୟରେ ପୁରୋହିତ ରାମପ୍ରସାଦ ମିଶ୍ର, ସଂଗ୍ରାମ ନନ୍ଦ, ସୁମ୍ରିତ୍ ପାଣିଗ୍ରାହୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ I କାର୍ଯ୍ୟକ୍ରମରେ ଗୋବରା ମୁଖ୍ୟ ସଡ଼କ ବାସୀ ଏବଂ ବାସୁଦେବପୁର ଗ୍ରାମବାସୀ ସହଯୋଗ କରୁଛନ୍ତି I ସେହିପରି ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ ବୋରୀ ଗ୍ରାମରେ ଜୟ ଜଗନ୍ନାଥ ପୂଜା କମିଟି ପକ୍ଷରୁ ନବମତମ ଗଜଲକ୍ଷ୍ମୀ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ପ୍ରତ୍ୟେକ ପୂଜା ମଣ୍ଡପ ନିକଟରେ ମାଆଙ୍କ ବିସର୍ଜ୍ଜନ ଉତ୍ସବ ପର୍ଯ୍ୟନ୍ତ ସନ୍ଧ୍ୟା ଆଳତି, ଭଜନ ସମାରୋହ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡି, ସଂକୀର୍ତ୍ତନ,୧୦୦୮ ଦୀପ ଯଜ୍ଞ,ପ୍ରସାଦ ସେବନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସୂଚନା ରହିଛି I ବିଭିନ୍ନ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଆକର୍ଷଣୀୟ ଆଲୋକମାଳା ଏବଂ ତୋରଣ ପୂଜା ମଣ୍ଡପ ଗୁଡ଼ିକର ଶୋଭା ବର୍ଦ୍ଧନ କରୁଛି I
ରାଜ୍ୟ
ବେଲଗୁଣ୍ଠା ସହର ଏବଂ ବ୍ଳକ୍ ର ବିଭିନ୍ନ ପୂଜା ମଣ୍ଡପରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା
- Hits: 373











