ହେଡଲାଇନସ୍:

ଲଡ଼ିପାରୁନାହାନ୍ତି; ତେଣୁ ଅପରାଧୀଙ୍କୁ ଲଗାଇ କୁତ୍ସାରଟନା କରୁଛନ୍ତି, ନିର୍ବାଚନ ଅଧିକାରୀ ଓ ପୁଲିସ ନିରବଦ୍ରଷ୍ଟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଦାରିିଦ୍ର୍ୟର କଷାଘାତରେ ମୋର ଜନ୍ମ"

  • > ମୋର ଦୁଇଟି ଯାକ ଘର ଋଣରେ; ଏବେ ବି ଶୁଝୁଛି

  • > ଆଉ ଯଦି କିଛି ସମ୍ପତ୍ତି ଥାଏ, ସରକାର ବାଣ୍ଟିଦିଅନ୍ତୁ

  • > ଶହଶହ ବନ୍ଧୁକ ମୁନ ସାମ୍ନାରେ ମୁଁ ଠିଆ ହୋଇଥିଲି

  • > ଆଦିବାସୀ ଏକଜୁଟ; ସେମାନଙ୍କ ସର୍ବମାନ୍ୟ ନେତା ଘାସିରାମ

ନୂଆପଡ଼ା / ଭୁବନେଶ୍ୱର ତା, ୨୪.୧୦.୨୫ :- ନୂଆପଡ଼ାରେ ଏକ ପ୍ରେସବାର୍ତ୍ତାକୁ ସମ୍ବୋଧିତ କରି ପିସିସି ସଭାପତି ଭକ୍ତ ଚରଣ ଦାସ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଏବଂ ତାଙ୍କୁ ଓ କଂଗ୍ରେସ ଦଳ ବିରୁଦ୍ଧରେ କୁତ୍ସାରଟନା କାରି ଅପରାଧୀଙ୍କ ସମ୍ପର୍କରେ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ନୂଆପଡ଼ାରେ ନିର୍ବାଚନ ପ୍ରଚାର ଆରମ୍ଭ ନ ହେଉଣୁ ବିଜେପି ନିର୍ବାଚନ ଶୃଙ୍ଖଳା ଭଙ୍ଗ କରିବା ଆରମ୍ଭ କଲାଣି। ଗୋଟିଏ ସରକାରୀ ସ୍କୁଲରେ ବିଜେପି ବିଧାୟକ ପ୍ରାର୍ଥୀ ଓ କର୍ମୀ ସଭା କରୁଛନ୍ତି, ଯାହା ସମ୍ପୂର୍ଣ ରୂପେ ବେଆଇନ। ଏହି ପ୍ରସଙ୍ଗରେ ରିତର୍ଣିଂ ଅଫିସର, ଜିଲ୍ଲାପାଳ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଗକୁ ଯେପରି ଏଭଳି ଘଟଣା ନ ଘଟିବ ସେଥିପ୍ରତି ଦୃଷ୍ଟି ଦେଇ ନିର୍ବାଚନ ଆଚରଣ ବିଧିର ପାଳନ କରନ୍ତୁ। ଅନ୍ୟ ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ମୁଖ୍ୟମନ୍ତ୍ରୀଙ୍କ ସଭାରେ ବଳକା ଖାଦ୍ୟ ଖାଇ ୧୭ ଗାଈ ମୃତ୍ୟୁବରଣ କରିଥିବା ବେଳେ ଅନେକ ଗାଈ ଅସୁସ୍ଥ ଅଛନ୍ତି। ଗାଈଙ୍କୁ ନେଇ ପରିବାର ପ୍ରତିପୋଷଣ କରୁଥିବା ପରିବାରକୁ ଜିଲ୍ଲାପାଳ ଅତି କମ ମୂଲ୍ୟ ଦେଇ ଚୁପ୍ ବସିଯାଇଛନ୍ତି ଏବଂ ବିଜେପିର କୌଣସି ନେତା ଏ ବିଷୟରେ କୌଣସି ପାଟି ଖୋଲୁନାହାନ୍ତି। ଏ ଗାଈ ମୃତ୍ୟୁର ପ୍ରକୃତ ଦୋଷୀ କିଏ ? ସରକାର ଗାଈ ବଦଳରେ ଗାଈ ଦିଅନ୍ତୁ। ସରକାର ଦାୟିତ୍ୱ ନିର୍ବାହ କରୁ। ନିର୍ବାଚନ ସମୟ ନ ଥିଲେ କଂଗ୍ରେସ ଆନ୍ଦୋଳନ କରିଥାନ୍ତା। ବିଜେପି ଗାଆଁ ଗଣ୍ଡାରେ ପୁରୁଣା ଦଦରା ଶାଢ଼ୀ ବାଣ୍ଟି ପ୍ରଲୋଭିତ କରିବାର ଅପଚେଷ୍ଠା ଆରମ୍ଭ କରିଦେଇଛି। ଏହା ପ୍ରତି ମଧ୍ୟ ରାଜ୍ୟ ନିର୍ବାଚନ ଅଧିକାରୀ ଦୃଷ୍ଟି ଦେବା ଜରୁରୀ। ନିଜ ଦଳରେ ପ୍ରାର୍ଥୀ ଅଭାବ ଯୋଗୁଁ ବିଜେପିକୁ ବିଜେଡି ପ୍ରାର୍ଥୀ ଚୋରି କରିବାକୁ ପଡୁଛି। ମୁଖ୍ୟମନ୍ତ୍ରୀଙ୍କ ସଭାରେ ଟଙ୍କା ପ୍ରଲୋଭନ ଦେବା ସତ୍ତ୍ୱେ ଲୋକ ହେଉନାହାନ୍ତି। ସେପଟେ ବିଜେଡି ମଧ୍ୟ ଅସତ୍ ଉପାୟ ଅବଲମ୍ବନ କରି ଆଦିବାସୀ ନେତାଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା କାର୍ଯ୍ୟ କରି ଭୋଟ ବିଭାଜନ ପାଇଁ ଚେଷ୍ଠା ଚଳାଇଛି। କିଛି ଲୋକ ଟଙ୍କା ଲୋଭରେ ପଡ଼ି ଆଦିବାସୀ ସମାଜକୁ ବିଶ୍ୱାସଘାତକତା କରିଛନ୍ତି। ସେମାନଙ୍କୁ ଆଦିବାସୀ ସମାଜ ବରଦାସ୍ତ କରିବ ନାହିଁ। ଆଦିବାସୀ ଏକଜୁଟ ଅଛନ୍ତି ଏବଂ ସେମାନଙ୍କ ସର୍ବମାନ୍ୟ ନେତା ହେଉଛନ୍ତି ଘାସିରାମ ମାଝୀ। ବିଜେପି ପ୍ରାର୍ଥୀ ଚୋରି କଲା ଏବଂ ସମର୍ଥ ପ୍ରାର୍ଥୀ ଥିବା ସତ୍ତ୍ୱେ ବିଜେଡି ବାହାରୁ ପ୍ରାର୍ଥୀ ଆଣିବାକୁ ପଡ଼ିଲା। ଫଳରେ ଉଭୟ ଦଳରେ କର୍ମୀ ଅସନ୍ତୁଷ୍ଠ ଅଛନ୍ତି। ତେଣୁ ଦୁଇ ଦଳର କର୍ମକର୍ତ୍ତା ପ୍ରତ୍ୟହ ଆସି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଯେଉଁମାନେ ଟଙ୍କା ବଳରେ ଜିତିଛନ୍ତି ସେମାନେ ଲୋକମାନଙ୍କ ସହ କେବେ ମିଶିନାହାନ୍ତି। ନାରୀ, କୃଷକ, ଶ୍ରମିକ, ଆଦିବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟରେ ମୁଁହ ଖୋଲିନାହାନ୍ତି, ସେମାନେ ବାହାସ୍ଫୋଟ ମାରୁଛନ୍ତି। ଆମେ ସ୍ଥାନୀୟ ଅଧିବାସୀ। ଆମେ ଆଦିବାସୀଙ୍କ ପାଇଁ ସଂଗ୍ରାମ କରୁଛୁ। ଆମ ପ୍ରାର୍ଥୀ ମଧ୍ୟ ଆଦିବାସୀ ଏବଂ ସେଥିପାଇଁ ଆମେ ଗର୍ବିତ।

ବର୍ତ୍ତମାନ ବିଜେପି ଦଳ ନୂଆପଡ଼ା କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇବା ପାଇଁ ମୋର ଏବଂ କଂଗ୍ରେସ ଦଳ ବିରୁଦ୍ଧରେ କିଛି ଅପରାଧୀ ଶ୍ରେଣୀୟ ବ୍ୟକ୍ତିଙ୍କୁ ବ୍ୟବହାର କରିବା ଆରମ୍ଭ କରିଛି। ସେମାନେ ମୋର ଚରିତ୍ରକୁ ନେଇ କୁତ୍ସାରଟନା କରୁଛନ୍ତି । ମୋର ସମ୍ପତ୍ତି ବାବଦକୁ ଭବାନୀପାଟଣାରେ ଗୋଟିଏ ବାସଭବନ ଏବଂ ଦିଲ୍ଲୀରେ ୧୦ ଲକ୍ଷ ଟଙ୍କାର ଏକ ଫ୍ଲାଟ୍ ବ୍ୟତୀତ ଯଦି ଆଉ କିଛି ସମ୍ପତ୍ତି ଥାଏ ତେବେ ସରକାର ଅନୁସନ୍ଧାନ କରି ଲୋକଙ୍କ ମଧ୍ୟରେ ବାଣ୍ଟିଦିଅନ୍ତୁ। ବିଜେଡି - ବିଜେପି ର ନେତା ହେବା ପରେ ସମ୍ପତ୍ତି କରିଥିବା ନେତାଗଣଙ୍କର ଯଦି ଦମ୍ ଅଛି ତେବେ ସର୍ବସାଧାରଣରେ ତାହାକୁ ବଣ୍ଟନ କରନ୍ତୁ। ଆଜି ମୋର ଦୁଇ ଘର ଋଣରେ ଅଛି। ମୋ ସ୍ତ୍ରୀଙ୍କୁ ଆଜି ପର୍ଯ୍ୟନ୍ତ ସୁନା ଗହଣା ଟିକେ କିଣିକି ଦେଇ ପାରିଲି ନାହିଁ। କାରଣ ଆମ ଗରିବ ଜନତା ଭୋକରେ ଶୋଉଥିବା ବେଳେ ସୁନାଗହଣା କିଣିବାକୁ ମୋ ବିବେକ ମନାକଲା। ଏହି ଅପରାଧୀ ଶ୍ରେଣୀର ବ୍ୟକ୍ତି ମାନେ ମୋ ନାମରେ ଯେଉଁ ମିଥ୍ୟା ଅଭିଯୋଗ ଆଣୁଛନ୍ତି ସେଥିପାଇଁ ମୁଁ ଆଜି ଏସବୁ କହିବାକୁ ବାଧ୍ୟ ହେଲି।

ମୁଁ ମନ୍ତ୍ରୀ ହେଲା ପରେ ମଧ୍ୟ ଚାଳ ଘରେ ରହୁଥିଲୁ। ସେତେବେଳେ ପାଣି ମୋଟର ଚୋରି ହେଇଗଲା। ପରେ ପିଲା ଛୁଆ ବଡ଼ ହେବା ପରେ ବାଧ୍ୟବାଧକଟାରେ ଗୋଟେ ଘର ଟିଏ କଲି । ତାହା ବି ଲୋନରେ। ମୋ ନାଁ ରେ ଯେଉଁମାନେ ଅପପ୍ରଚାର କରୁଛନ୍ତି ସେମାନେ ଜଣେ ଜଣେ କୁଖ୍ୟାତ ଅପରାଧୀ। କିନ୍ତୁ ଆଶ୍ଚର୍ଯ୍ୟର କଥା ନୂଆପଡ଼ା ଉପ ନିର୍ବାଚନ ଚାଲିଥିବା ବେଳେ ଏ ପ୍ରକାର ଅପପ୍ରଚାର ବିରୁଦ୍ଧରେ ଓଡ଼ିଶା ପୋଲିସ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି। ବିଜେପି ସମ୍ମୁଖ ପ୍ରତିଦ୍ବନ୍ଦ୍ବିତାରେ ଆମ ସହ ଲଢିପାରୁନି ବୋଲି ପରୋକ୍ଷରେ ଏଭଳି ଅପରାଧୀଙ୍କୁ କଂଗ୍ରେସ ବିରୁଦ୍ଧରେ ବ୍ୟବହାର କରୁଛି। ମୁଁ ପିସିସି ସଭାପତି ହେବା ସାଥିରେ ନୂଆପଡ଼ା ହେଉଛି ମୋର ସଂସଦୀୟ କ୍ଷେତ୍ର । ତେଣୁ ଏଠାରେ ବାହାର ନେତାଙ୍କ ଦଖଲ ଗ୍ରହଣୀୟ ନୁହେଁ।

କିଛି ମୂଲ୍ୟହୀନ ବ୍ୟକ୍ତି ବିଶେଷ ନିରର୍ଥକ କଥା କହୁଛନ୍ତି। ୨୦୧୪ ପୂର୍ବରୁ ମୁଁ ସାଂସଦ ଥିବା ବେଳେ ଜାତୀୟ ରାଜପଥ ତିଆରି ହୋଇଛି। ସୁନାବେଡ଼ା ଆଦିବାସୀଙ୍କ ପାଇଁ ୨୭୧ କୋଟି ଟଙ୍କା ଦିଆହୋଇଛି। ସୁପର ସ୍ପେସାଲିଟି ହସ୍ପିଟାଲ ମଞ୍ଜୁର ହୋଇଛି। ନୂଆପଡ଼ା ଖରିଆରରେ ଦୁଇଗୋଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଏକଲବ୍ୟ ବିଦ୍ୟାଳୟ ଏବଂ ୩୩ କେଭି ସବଷ୍ଟେଶନ ପ୍ରତିଷ୍ଠା ହୋଇଛି। ଏଠାରେ ସବୁବେଳେ ମୁଁ ଲୋକଙ୍କ ସାଙ୍ଗରେ ଅଛି। ତେଣୁ ବାହାର ନେତାଙ୍କ କୌଣସି ଆବଶ୍ୟକତା ନାହିଁ। କଂଗ୍ରେସର ଅନ୍ତରୀଣ ବିଷୟରେ ବାହାର ବ୍ୟକ୍ତି ହସ୍ତକ୍ଷେପ କରି ନିର୍ବାଚନକୁ ଭୁଲ୍ ବାଟରେ ନେଇଯିବାକୁ ଚେଷ୍ଠା କରୁଛନ୍ତି। ମୁଁ ଡରିବାର ଲୋକ ନୁହେଁ କି ମୁଣ୍ଡ ନୁଆଁଇବା ବ୍ୟକ୍ତି ନୁହେଁ। ଦାରିଦ୍ର୍ୟୟ କଷାଘାତରେ ମୋର ଜନ୍ମ। ମୋର ସମ୍ପୂର୍ଣ୍ଣ ଜୀବନ ନିଷ୍ପେସିତ, ଗରିବ ଆଦିବାସୀଙ୍କ ପାଇଁ ଉତ୍ସର୍ଗୀକୃତ। ଗରିବ ଆଦିବାସୀଙ୍କ ପାଇଁ ସହ ସହ ବନ୍ଧୁକ ମୁନ ଆଗରେ ମୁଁ ଠିଆ ହୋଇଛି। ମୁଁ ମରିବା ପାଇଁ ଖାତିର କରିନି। ସେଇ ଯୁବ ଭକ୍ତ ଦାସଙ୍କୁ ଆଉ ଜାଗ୍ରତ କରନ୍ତୁ ନାହିଁ। ମୁଁ ଗାନ୍ଧୀ ପଥେ ଯିବି, ସତ୍ୟ ପଥେ ଯିବି ଏବଂ ଆମ କଂଗ୍ରେସ ପାର୍ଥି ଘାସିରାମ ମାଝୀଙ୍କ ବିଜୟ ହେବ ଏବଂ ସତ୍ୟର ପ୍ରତିଷ୍ଠା ହେବ ବୋଲି ଆଜିର ପ୍ରେସ ବାର୍ତ୍ତରେ ପିସିସି ସଭାପତି ଶ୍ରୀ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି।

0
0
0
s2sdefault