ହେଡଲାଇନସ୍:

ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି, ତା:- ୨୪/୧୦: ମାଲକାନଗିରି ସରକାରୀ ଉଚ୍ଚବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗନେଇ ମାନବ କଲ୍ୟାଣରେ ବିଜ୍ଞାନର ଭୂମିକା ଆଧାରିତ ନାଟକ ପରିବେଷଣ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ ରାଉତ ଓ ପ୍ରଧାନଶିକ୍ଷୟିତ୍ରି ମମତା ସାଏ ଉଦ୍‌ଘାଟନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଡି ଇ ଓ ଚିତ୍ତରଞ୍ଜନ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ ରାଉତ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷୟିତ୍ରୀ ମମତା ସାଏ ସଭାପତିତ୍ବ କରିଥିଲେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ମାଲକାନଗିରି ସରକାରୀ ଉଚ୍ଚବିଦ୍ୟାଳୟ ଅଧିକାର କରିଥିବା ବେଳେ ଦ୍ବିତୀୟ ସ୍ଥାନ ସରକାରୀ ଉଚ୍ଚବିଦ୍ୟାଳୟ ଏମ୍‌ଭି-୭୯ ଓ ତୃତୀୟ ସ୍ଥାନରେ ବାଲିମେଳା ସରକାରୀ ଉଚ୍ଚବିଦ୍ୟାଳୟ ରହି ପୁରସ୍କୃତ ହୋଇଥିଲା । ଶେଷରେ ବିଜ୍ଞାନ ପ୍ରଦର୍ଶନୀରେ ଜାତୀୟସ୍ତରକୁ ମନୋନୀତ ହୋଇଥିବା ଆରଏସ୍‌ସି-୬ ସ୍କୁଲ ଛାତ୍ରୀ ଲଳିତା ଖିଲ ଏବଂ ତାଙ୍କ ଶିକ୍ଷକଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ଜଗନ୍ନାଥ ପ୍ରସାଦ ବେହେରା ଓ ସନ୍ଦୀପ କୁମାର ଦାସ ଯୋଗ ଦେଇଥିଲେ | ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

0
0
0
s2sdefault