ହେଡଲାଇନସ୍:

ଗୁଣୁପୁର ଟ୍ରାକ୍ଟର ମାଲିକ ମହାସଙ୍ଗର ସାଧାରଣ ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଗୁଣୁପୁର, ବିଦ୍ୟାନିକେତନ ସ୍କୁଲ ନିକଟସ୍ଥ ଆମ୍ବତୋତାଠାରେ ଗୁଣୁପୁର ଟ୍ରାକ୍ଟର ମାଲିକ ମହାସଙ୍ଗର ଏକ ସାଧାରଣ ସଭା ଉତ୍ସାହପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଯାଇଛି।
ଏହି ସଭାରେ ଗୁଣୁପୁର ଏବଂ ଗୁଣୁପୁର ବ୍ଲକର ଚୀନାସାରି, କୁଲୁସିଂ, ପୁଟାସିଂ, ଚାଲାକମ୍ବା, ଗୁଲୁମୁଣ୍ଡା, ରେଢ଼ାଖୋଲ, ସହିତ ଅନ୍ୟାନ୍ୟ ପାଞ୍ଚାୟତର ଟ୍ରାକ୍ଟର ମାଲିକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ସଭାର ପରିଚାଳନା ମନୁ ପଣ୍ଡା କରିଥିଲେ। ଆରମ୍ଭରେ ମହାସଙ୍ଗର ସଭାପତି ଜଗନ୍ନାଥ ମହାନ୍ତି, ସମ୍ପାଦକ ବାବୁଲା ରଥ, କୋଷାଧ୍ୟକ୍ଷ ପ୍ରତାପ ଯୋଗୀ ଓ ଆଇନ ପରାମର୍ଶଦାତା ଡା. ରମେଶ ଲିମାଙ୍କୁ ଉତ୍ତରୀୟ ସହିତ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା।

ପରେ ଡା. ରମେଶ ଲିମା ମାଲିକମାନଙ୍କୁ ଆଇନ ସମ୍ବନ୍ଧୀୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ରଖିଥିଲେ ଏବଂ ବର୍ତମାନ ଟ୍ରାକ୍ଟର ମାଲିକ ସଂଘ ସମ୍ମୁଖୀନ ହୋଇଆସୁଥିବା ଅନେକ ସମସ୍ୟାକୁ ନେଇ ମତପ୍ରକାଶ କରିଥିଲେ ଏବଂ ଉକ୍ତ ସମ୍ବଦ୍ଧିୟ ସମସ୍ୟାର ଯଥାସୀଘ୍ର ସମାଧାନ ପାଇଁ ପଦକ୍ଷେପ ନେବାର ଆଶ୍ୱାସନ ଦେଇଥିଲେ।

ସଭାରେ ଉପସ୍ଥିତ ଟ୍ରାକ୍ଟର ମାଲିକମାନେ ବାଲି ସମସ୍ୟା ସହିତ ଅନ୍ୟାନ୍ୟ ପ୍ରଶାସନିକ ଅସୁବିଧାକୁ ନେଇ ନିଜ ନିଜର ଦାବି ଓ ମତାମତ ରଖିଥିଲେ। ସଂଘର ସମ୍ପାଦକ ବାବୁଲା ରଥ ପ୍ରଶାସନ ନିକଟରେ ଏହି ଦାବିଗୁଡ଼ିକ ଶୀଘ୍ର ଜଣାଇବା ଓ ସମାଧାନ ପାଇଁ ପ୍ରୟାସ ଚାଲୁ ରଖିବେ ବୋଲି ଆଶ୍ୱାସନ ଦେଇଥିଲେ।

ସଭାର ଶେଷରେ କୋଷାଧ୍ୟକ୍ଷ ପ୍ରତାପ ଯୋଗୀ ଧନ୍ୟବାଦ ଜଣାଇ ସଭାର ସମାପନ ଘୋଷଣା କରିଥିଲେ।

0
0
0
s2sdefault