ହେଡଲାଇନସ୍:

ପାତାଳଗଙ୍ଗା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନୂଆପଡା ସ୍ୱତନ୍ତ୍ର ରିପୋର୍ଟର ଉପେନ୍ଦ୍ର ବାଗ ): ନୂଆପଡା ଜିଲ୍ଲା ବୋଡେନ ବ୍ଲକ ମାଁ ଦ୍ୱାରଶନି ଖେଳ ପଡିଆ ଠାରେ ଆଜି ପାତାଳଗଙ୍ଗା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକ ରେ ବୋଡେନ ଅଞ୍ଚଳ ର ସମସ୍ତ ଯୁବପିଢ଼ି ତଥା ଅଞ୍ଚଳ ର ବୃଦ୍ଧିଯିବି ମାନେ ଉପସ୍ଥିତ ରହିଥିଲେ, ଯାହା କି ଆଗାମୀ ଜାନୁୟାରୀ ୨୦୨୬ ତାରିଖ ୨୧,୨୨,୨୩,୨୪, ପାତାଳଗଙ୍ଗା ମହୋତ୍ସବ ହେବାପାଇଁ ନିର୍ଧାରଣ ହୋଇଅଛି I ଚାରୀ ଦିନ ଧରି ପାତାଳ ଗଙ୍ଗା ମହୋତ୍ସବ, କଲା ଓ ସାଂସ୍କୃତିକ ଭିତିକ କାର୍ଯ୍ୟକ୍ରମ ସଙ୍ଗେ ସଙ୍ଗେ ଢୋଲ, ନିଶାନ, ତାସାର ତାଳେ ତାଳେ, ବୋଡେନ ଅଞ୍ଚଳ ଦୂଲକି ଯିବା ନେଇ ଆଜିର ବୈଠକ ନିଷ୍ପତି ହେବା ସହିତ ବୋଡେ଼ନ ଅଞ୍ଚଳର ସମସ୍ତ ଯୁବପିଢ଼ି ବରିଷ୍ଠ ନାଗରିକ ଓ ଜନ ସାଧାରଣ ଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ବୈଠକ ରେ ଆହ୍ୱାନ କରିବା ସହ କିଭଳି ଭାବରେ ପାତାଳଗଙ୍ଗା ମହୋତ୍ସବ ଶାନ୍ତି ଶୃଙ୍ଖଳା ସହିତ ସମାପନ ହେବ ସେ ଉପରେ ବିଶେଶ ଭାବରେ ଆଲୋଚନା ହୋଇଥିଲା,,

0
0
0
s2sdefault