ଖୋଜୁଥିଲି, ମିଳିଗଲା ଘର: ମିନାକ୍ଷୀ
ଓଡ଼ଗାଁ୨୪।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଗ୍ରାମ ପଞ୍ଚାୟତ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ ଗୁରୁବାର ଦିନ ପ୍ରାୟ ଶହେରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପି ଦଳରେ ମିଶିଛନ୍ତି । ବିଜେପି ମଣ୍ଡଳ ସଭାପତି ମନୋଜ କୁମାର ସାହୁ ଏବଂ ଗୋଡ଼ିପଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଲିଙ୍ଗରାଜ ପାତ୍ର, ଶରଣକୁଳର ପ୍ରମୋଦ କୁମାର ପ୍ରଧାନଙ୍କ ତତ୍ବାବଧାନରେ ଶରଣକୁଳ ଡାକ ବଙ୍ଗଳା ଠାରେ ଗୁରୁବାର ବେଜେପି ଦଳ ତରଫରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ସରପଞ୍ଚ ମିନାକ୍ଷୀ ପ୍ରସାଦ ତାଙ୍କର ସହଯୋଗୀ ୱାର୍ଡ ମେମ୍ବର, ସମର୍ଥକ ଏବଂ ହରିହରପୁର ଓ ଆଙ୍ଗିସିଙ୍ଗି ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ନେତୃବୃନ୍ଦଙ୍କୁ ନେଇ ବିଜେପି ଦଳରେ ମିଶିଥିଲେ। ମିଶ୍ରଣ ପର୍ବର ଶେଷ ମୂହୁର୍ତ୍ତରେ ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ ପହଞ୍ଚି ବେଜେପି ଦଳରେ ମିଶିଥିବା ଶରଣକୁଳ ସରପଞ୍ଚ ମିନାକ୍ଷୀ ପ୍ରସାଦଙ୍କ ସହିତ ଅନ୍ୟ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ। ଏବଂ ମିଳିମିଶି କାମକରି ଶରଣକୁଳ ଅଞ୍ଚଳ ବିକାଶ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ମିନାକ୍ଷୀ ପ୍ରସାଦ କୌଣସି ଦଳର ସହଯୋଗ ବିନା ନିର୍ବାଚନ ଲଢିଥିଲେ । ଏନେଇ ପଚାରିବାରୁ; ମୁଁ ଘରଟିଏ ଖୋଜୁଥିଲି । ମୋତେ ଘର ମିଳିଗଲା ବୋଲି କହିଥିଲେ।











