ଆସ୍କା: ଆସ୍କା ଥାନା ଅନ୍ତର୍ଗତ ଚେରେମେରିଆ ଛକରେ ସଡ଼କ ଦୁର୍ଘଟଣାରେ ଆସ୍କା ସହର ଲାଲା ଶାସନ ର ହିମାଂଶୁ ଶେଖର ପାତ୍ର ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି ଓ ବଂଧୁ ରାଜେନ୍ଦ୍ର ଗୌଡ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଉଭୟ ବଂଧୁ ବ୍ରହ୍ମପୁର ଠାରୁ ନିଜ ଗାଁ କୁ ଫେରୁଥିବା ବେଳେ ଦୁର୍ଘଟଣା ର ସମ୍ମୁଖୀନ ହେଇଥିଲେ। ସ୍ଥାନୀୟ ଲୋକେ ଉଭୟ ଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। କିନ୍ତୁ ଡ଼ାକ୍ତର ହିମାଂଶୁ କୁ ମୃତ ଘୋଷଣା କରିଛନ୍ତି।ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
ରାଜ୍ୟ
ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ଆହତ।
- Hits: 39











