ହେଡଲାଇନସ୍:

୨୫ ବର୍ଷ ପରେ ମଧ୍ଯ ପୁରୀର ପ୍ରକୃତ ବିକାଶ ହୋଇନାହିଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ, (ଅନିମେଶ ପଟ୍ଟନାୟକ): ଗତ ୨୫ ବର୍ଷରେ ପୁରୀ ଜିଲ୍ଲାରେ ପ୍ରକୃତ ଅର୍ଥରେ ବିକାଶ ହୋଇନାହିଁ। ଶ୍ରୀମନ୍ଦିରର ଚାରି ଦୁଆରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହେଉନାହିଁ । ରତ୍ନଭଣ୍ଡାର ରତ୍ନ ଗଣତି ଭକ୍ତମାନଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛି । ଜମିଜମା ଓ ଲିଜ୍ ସମସ୍ୟାରେ ଅଶି ହଜାର ପରିବାର ପୀଡ଼ିତ ଅଛନ୍ତି ଏପରି ଅନେକ ସମସ୍ୟାକୁ ନେଇ ରବିବାର ଅଭିଯୋଗ କରିଛନ୍ତି ଜିଲ୍ଲା ସଭାପତି ରାଜେଶ କୁମାର ମିଶ୍ର ।

ଜିଲ୍ଲା ସଭାପତି ହେବା ପରେ ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଗର୍ଜିଛି କଂଗ୍ରେସ। ବିଗତ ୨୫ ବର୍ଷ ଧରି ପୁରୀ ଜିଲ୍ଲାର ବାସ୍ତବିକ ବିକାଶ ହୋଇନାହିଁ । ରତ୍ନଭଣ୍ଡାରକୁ ନେଇ ସମଗ୍ର ବିଶ୍ବର ଜଗନ୍ନାଥ ପ୍ରେମୀ ତଥା ସାଢେ ୪ କୋଟି ଓଡିଆଙ୍କୁ ଅନ୍ଧାରରେ ରଖିଛନ୍ତି ସରକାର ବୋଲି ସିଧାସଳଖ ସରକାରଙ୍କୁ ଟାର୍ଗେଟ କହିଛନ୍ତି ସଭାପତି ରାଜେଶ । ଶ୍ରୀମନ୍ଦିର ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା ଆଜି ଯାଏଁ କାହିକି ହୋଇ ପାରୁନି ବୋଲି ସେ ସିଧାସଳଖ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି , ପୁରୀ ସହରର ସାହି ଗଳି କନ୍ଦି ସମସ୍ୟା ଦିନକୁ ଦିନ ଗମ୍ଭୀର ହେଉଛି । ପୌର ନିର୍ବାଚନ ବିଳମ୍ବ ହେବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆଘାତ କରୁଛି। ମାଟିଆପଡା ଓ ସାକ୍ଷୀଗୋପାଳ ରେଳ ଓଭରବ୍ରିଜ ନିର୍ମାଣ ବିଳମ୍ବ ଉପରେ ଶୀଘ୍ର ଆନ୍ଦୋଳନ ହେବ ବୋଲି ସେ ସତର୍କ କରାଇଛନ୍ତି ।
ସେବାୟତମାନଙ୍କ କଲ୍ୟାଣ, ବିସ୍ଥାପିତ ଉଠାଦୋକାନୀଙ୍କ ପୁନର୍ବାସ, ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ପୁରୀ ସାମନ୍ତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ଦାବିକୁ ନେଇ ଆଗାମୀ ଦିନରେ ସରକାରଙ୍କୁ ଘେରିବ କଂଗ୍ରେସ । ଦଳୀୟ ସଂଗଠନକୁ ବୁଥ ସ୍ତରରୁ ବ୍ଲକ ପର୍ଯ୍ୟନ୍ତ ମଜବୁତ କରାଯିବ ଓ ଆଗାମୀ ନିର୍ବାଚନ ପାଇଁ ବିଶେଷ ରଣକୌଶଳ ଗଠିତ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ କର୍ମୀ ଯୋଗ ଦେଇଥିଲେ । ଯୁବ ନେତା ବିଶ୍ୱନାଥ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବରିଷ୍ଠ, ଯୁବ ଓ ଛାତ୍ର ସଂଗଠନକୁ ନେଇ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ଉପସଭାପତି ପୁସ୍କର ମିଶ୍ର, ପ୍ରେମାନନ୍ଦ ମହାନ୍ତି, ସୁଜିତ ମହାପାତ୍ର, ଟାଉନ ସଭାପତି ଅମରେନ୍ଦ୍ର ପାଇକରାଏ, ମନୋଜ ବେବେରା, ହାପି ରଥ, ଆଦି ବହୁ କର୍ମୀ ଯୋଗ ଦେଇଥିଲେ ।

0
0
0
s2sdefault