ବାରିପଦାରୁ ଗୌର ଦାସ ଗିରି:- ଅମ୍ବିକା ସାହି ସ୍ଥିତ ହର ପାର୍ବତୀ ପୂଜା କମିଟିର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଖ୍ୟାତ ନିର୍ଦ୍ଦେଶକ, ଅଭିନେତା ଧୀର ବଶାଙ୍କୁ କଳା କ୍ଷେତ୍ରରେ ଜୀବନ ବ୍ୟାପି ସାଧାନା ପାଇଁ "ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ " ରେ ସମ୍ମାନିତ କରାଯାଇଛି I ଶ୍ରୀ ବଶା ୨୦୧୫ ମସିହା ରେ ଓଡିଶା ସଂଗୀତ ନାଟକ ଏକାଡେମୀ ଆୱାର୍ଡ ପାଇବା ସହ ୨୦୧୮ ରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଦ୍ୱାରା ଭୂମିପୁତ ସମ୍ମାନରେ ସମ୍ମାନିତ ହୋଇଥିଲେ I ସେ ଓଡିଶାର ସରକାରୀ ଓ ବେସରକାରୀ ଅନୁଷ୍ଠାନ ଦ୍ୱାରା ବହୁବାର ବିଭିନ୍ନ ସମ୍ମାନ ରେ ସମ୍ମାନିତ ହୋଇ ସାରିଛନ୍ତି I ସେ ମୟୁରଭଞ୍ଜର ସରସକଣା ବ୍ଲକ ସ୍ଥିତ ଏକ ମଫସଲ ଗାଁ ବଡ ଛାଟରା ରେ ଜନ୍ମ ଗ୍ରହଣ କରିଥିଲେ I ପିଲାଟି ଦିନରୁ ନାଟକ ପ୍ରତି ତାଙ୍କର ନିଷ୍ଠାକୁ ଆଜି ପର୍ଯ୍ୟନ୍ତ ବଜାୟ ରଖିଛନ୍ତି I ସେ ଦୂରଦର୍ଶନ ଓ ଆକାଶବାଣୀ କଟକର ଜଣେ ସ୍ୱୀକୃତି ପ୍ରାପ୍ତ କଳାକାର I ଆଜି ପର୍ଯ୍ୟନ୍ତ ସେ ୨ ଶହରୁ ଉର୍ଦ୍ଧ ନାଟକରେ ଅଭିନୟ କରିବା ସହ ୧୦୦ ରୁ ଉର୍ଦ୍ଧ ନାଟକରେ ନିର୍ଦେଶନା ଦେଇସାରିଛନ୍ତି I ସେ ଦିଲ୍ଲୀ ଦୂରଦର୍ଶନ ପାଇଁ ଏକ ଟେଲି ଫିଲ୍ମ "ରିସ୍ତା" ପ୍ରସ୍ତୁତ କରି ବହୁ ପ୍ରଶଂସା ସାଉଁଟିଥିଲେ I ଓଡ଼ିଆ ଚଳଚିତ୍ର ଅଭିମାନ, ଗୋପରେ ବଢୁଛି କଳା କହ୍ନେଇ, ମାଗୁଣି ର ଶଗଡ଼, ହିରୋ ନମ୍ବର ୱାନ ରେ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ହୋଇପାରିଛନ୍ତି I ଖବର ପାଇବାପରେ ବହୁ କଳାପ୍ରେମୀ, ଶୁଭେଛୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି I
ରାଜ୍ୟ
ଧୀର ବଶା "ଲାଇଫ ଟାଇମ ଏଚିଭମେଣ୍ଟ" ସମ୍ମାନରେ ସମ୍ମାନିତ
- Hits: 5