କାଲିମେଳା/ ସୁରେନ୍ଦ୍ର ବେମାଳ,୪|୧୦: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍ପିଭି ୩୧ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା ରେ ୪ ଆହତ । ମୋଟର ସାଇକେଲ ଓ କାର ମୁହାଁ ମୁହିଁ ହୋଇ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ଏମ୍ପିଭି ୩୧ ଗ୍ରାମ ନିକଟରେ ଏକ କାର ଓ ମୋଟର ସାଇକେଲ ମଧ୍ୟରେ ମୁହାଁ ମୁହିଁ ହୋଇ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ରେ ମୋଟର ସାଇକେଲ ଚାଳକ ଗୁରୁତର ଆହତ ହୋଇଥିବା ବେଳେ କାର ମଧ୍ୟରେ ଥିବା ୩ ଜଣ ମଧ୍ୟ ଆହତ ହୋଇଛନ୍ତି । କାର ଚାଳକ ଜଗାରାଓ କୋରାପୁଟ ରୁ ଆସୁଥିବା ବେଳେ ମୋଟର ସାଇକେଲ ଚାଳକ ଜୟପୁର ଅଭିମୁଖେ ଯାଉଥିବା ସମୟରେ କାର ଚାଳକ ମୋଟର ସାଇକେଲ କୁ ଧକ୍କା ଦେଇଥିବା ଜଣାପଡ଼ିଛି । ତେବେ ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି ।
ରାଜ୍ୟ
କାର ଓ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା , ୪ ଆହତ
- Hits: 6