ଗରଦପୁର -ପବିତ୍ର ଦଶହରା ଆଜିର ଦିନରେ ବାବା ମହସମାଧି ନେଇଥିଲେ।।। ଶିରିଡି ରେ ମହସମାରୋହରେ ଏହି ଦିବସ ପାଳନ ହେଉଥିବା ବେଳେ ସମସ୍ତ ସାଇ ମନ୍ଦିର ମାନଙ୍କରେ ଏହି ଦିବସକୁ ବେଶ୍ ଧୁମ୍ ଧାମ ରେ ପାଳନ କରା ଯାଉଛି।। ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ଵାରା ପ୍ରାଣ ପ୍ରତିଷ୍ଠାକରାଯାଇଥିବା ତେଣ୍ଡାକୁଡା ପଂଚାୟତ ଅନ୍ତର୍ଗତ ବସନ୍ତ ପୁର ସାଇ ମନ୍ଦିରରେ ଏହି ଦିବସ ପାଳନ କରାଯାଉଛି। ସକାଳେ କାକଟ ଆଳତୀ , ସୂର୍ଯ୍ୟ ପୂଜା , ମହାଅଭିଷେକ, ମଧ୍ୟାହ୍ନ ଆଳତୀ, ସନ୍ଧ୍ୟା ଆଳତୀ ଏବଂ ରାତ୍ର ଆଳତି ରେ ବାବାଙ୍କୁ ପୂଜା କରାଯାଉଛି। ବାବାଙ୍କୁ ବିଷ୍ଣୁ ସହସ୍ର ନାମରେ ବାବାଙ୍କୁ ମହଭିଶକ କରାଯାଇଥିଲା।। ଖିର ,ମହୁ, ଆଖୁରସ, ପଇଡ, ଲହୁଣୀ, ଅଗରୁ, ଚନ୍ଦନ ରେ ବାବାଙ୍କୁ ସ୍ନାନ କରାଯାଇ ମହାଭିଷକ କରାଯାଇଥିଲା ।। ବାବାଙ୍କ ସ୍ନାନ ପରେ ବାବାଙ୍କୁ ନୂତନ ବାସ୍ତ୍ର ପରିଧାନ କରାଯାଇ ଆଳତୀ ପୂଜା କରାଯାଇ ଥିଲା।।ବସ୍ତନ୍ତପୁର ସ୍ଥିତ ସାଇ ମନ୍ଦିରରେ ବାବlଙ୍କୁ ଦର୍ଶନ କରିବା ଏବଂ ସାନିଧ୍ୟ ଲାଭ ପାଇଁ ପ୍ରଚୁର ଭିଡ ଦେଖିବାକୁ ମିଳିଥିଲା। ଶତାଧିକ ଭକ୍ତଙ୍କ ଭିଡ଼ରେ ବସନ୍ତ ପୁର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ଡ଼. ରୁଦ୍ର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
ରାଜ୍ୟ
ବସନ୍ତପୁର ସାଇ ମନ୍ଦିରରେ ମହାସମlଧି ଦିବସ ପାଳିତ
- Hits: 571











