ହେଡଲାଇନସ୍:

ଭଞ୍ଜନଗରର ମୁଖ୍ୟ ଚାରିଗୋଟି ପଣ୍ଡପରେ ମାଁ ଦୁର୍ଗା ଙ୍କ ଦିବ୍ୟ ଦର୍ଶନ ସହିତ ବିରଳ ଅଷ୍ଟ ବେତାଳ ପୁଜା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ପବିତ୍ର ବିଜୟା ଦଶମୀ, ଭଞ୍ଜଭୂମି ଭଞ୍ଜନଗର ସହରର ମୁଖ୍ୟ ଚାରିଗୋଟି ଅସ୍ଥାୟୀ ମଣ୍ତପରେ ଚାଲିଛି ମହିଷା ମର୍ଦ୍ଦିନୀଙ୍କ ମାଁ ଦୂର୍ଗା ଙ୍କ ସ୍ୱତନ୍ତ୍ର ଓ ଆଡମ୍ବର ପୂର୍ଣ୍ଣ ବେଶ ପରି ପାଟି । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଅଧର୍ମ ଉପରେ ହେବ ଧର୍ମର ବିଜୟ । ମଣ୍ତପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ ଭଞ୍ଜନଗର ସହର । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା ଜଗତଜନନୀଙ୍କ ପୂଜା ସହିତ ମହିଳା ମାନଙ୍କ ଚାଲିଛି ସୋମନାଥ ବ୍ରତ । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି । ମାନ୍ୟତା ରହିଛି ଆଜିର ଦିନରେ ମା’ଙ୍କ ପୂଜା କଲେ ଦଶ ଜନ୍ମର ପାପରୁ ଉଦ୍ଧାର ମିଳିଥାଏ ।

ଭଞ୍ଜନଗର ସହର କଳା ସଂସ୍କୃତି ପରମ୍ପରା ଓ ଐତିହ୍ୟ ସ୍ଥାପତ୍ୟର ସହର। ବହୁ ବର୍ଷ ରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ମୁଖ୍ୟତଃ ଚାରିଗୋଟି ଅସ୍ଥାୟୀ ପୁଜା ମଣ୍ଡପ ରେ ଖୁବ୍ ଆଡ଼ମ୍ବର ପୂର୍ଣ୍ଣ ସହକାରେ ଅନୁଷ୍ଠିତ ହୋଇଆସୁଛି ଦୁର୍ଗାତ୍ସୋବ। ପ୍ରାୟତଃ ଏହି ମଣ୍ଡପରେ ଷଷ୍ଟୀ ଠାରୁ ପୁଜା ଆରମ୍ଭ ହୋଇ ତିନି ଦିନ ଧରି ଅଷ୍ଟମୀ ନବମୀ ଓ ଦଶମୀ ଆଡ଼ମ୍ବର ସହକାରେ ପୁଜା ହୋଇଥାଏ। ଭଞ୍ଜନଗର ସହର ଖାଲାସିସାହିର ଦୁର୍ଗା ପୂଜା, ବିଶ୍ଵ ଜନନୀ କଳା ପରିଷଦ ଦୁର୍ଗା ପୂଜା କମିଟି ଭାବରେ ଶାନ୍ତନୁ କୁମାର ଦାସ ଙ୍କ ତତ୍ବାବଧାନରେ ଏବର୍ଷ ୪୭ ବର୍ଷ ରେ ପଦାର୍ପଣ କରିଛି। କିନ୍ତୁ ଏହା ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ରେ ଆହୁରି ଅନେକ ବର୍ଷ ରୁ ପୁଜା ହୋଇ ଆସୁଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହି ମଣ୍ଡପରେ ମାଁ ଙ୍କ ମୃଣ୍ମୟୀ ପ୍ରତିମା ଖୁବ୍ କ୍ରୋଧାନ୍ୱିତ ଓ ଆକର୍ଷଣୀୟ ରୂପରେ ଦର୍ଶନ ଦିଅନ୍ତି ମାଁ। ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା ଭଞ୍ଜ ସାହିତ୍ୟ ପରିଷଦର ସାର୍ବଜନୀନ ଦୁର୍ଗାପୂଜା କମିଟି ର ପୂଜା ଉତ୍ସବ ଚଳିତ ବର୍ଷ ୭୯ ବର୍ଷ ରେ ଉପନିତ। ସୁନ୍ଦର ସାଜସଜ୍ଜା ମେଢ ସାଂଗକୁ ଏଠାରେ ଥିବା ଭଞ୍ଜ ମାର୍ଗ ରେ ପୁଜା ଦିନ ଠାରୁ ପ୍ରତ୍ୟେକ ସଂଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସ୍ଥାନୀୟ କଳାକାର ମାନଙ୍କୁ ନିଜ କଳା ପ୍ରଦର୍ଶନ କରିବାକୁ ସୁଯୋଗ ମିଳେ। ସେହିପରି ଭଞ୍ଜନଗର ସହର ର ରାଜ୍ୟ ସଡ଼କ ପରିବହନ ନିଗମ ବା ଓ.ଏସ୍.ଆର୍.ଟି.ସି ପକ୍ଷରୁ ଦିର୍ଘ ଦିନ ହେବ ଅର୍ଥାତ୍ ୭୫ ବର୍ଷ ହେବ ଦୁର୍ଗା ପୂଜା ଉତ୍ସବ ପାଳନ ହୋଇ ଆସୁଛି। ସମୟ ଥିଲା ଏଠାରେ ଉକ୍ତ ପୁଜା ସମୟରେ ଏଠାରେ ଅନେକ କଳାକୁଞ୍ଜ, ନାଚ,ଗିତ, ପ୍ରବଚନ, ପାରାୟଣ ମଧ୍ୟ ଅନୁଷ୍ଠିତ ହେଉଥିଲା। କିନ୍ତୁ ଆଜି ସେସବୁ ଆଉ ସେସବୁ ଅନୁଷ୍ଠିତ ନ ହୋଇ କେବଳ ରିତି ନିତି ଅନୁସାରେ ମାଁ ଙ୍କ ଭବ୍ୟ ପୁଜା ଅନୁଷ୍ଠିତ ହୋଇଥାଏ। ଶେଷରେ ଭଞ୍ଜଭୂମି ଭଞ୍ଜନଗର ସହରର ଜଳ ସମ୍ପଦ ବିଭାଜନ ଦ୍ଵାରା ଆୟୋଜିତ ଦୁର୍ଗା ପୂଜା ଏବର୍ଷ ୫୭ ବର୍ଷରେ ପଦାର୍ପଣ କରିଥିବା ସଦସ୍ୟ ଓ କର୍ମକର୍ତ୍ତା ମାନେ ମତପ୍ରକାଶ କରିଛନ୍ତି। ଏଠାର ମୁଖ୍ୟ ଆକର୍ଷଣ ହେଉଛି ଏହାର ସୁବିଶାଳ ମେଢ଼ ଓ ଏଥିର କଳାକୁଞ୍ଜ। ଏବର୍ଷ ମେଢ଼ ଟି ସର୍ବାଧିକ ୭୧ ଫୁଟ ହୋଇଥିବା ସୁଚିତ। ଏଠାରେ ସୁବିଶାଳ ମେଢ଼ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଏକ ଷ୍ଟେଜ୍ ମଧ୍ୟ ପ୍ରସ୍ତୁତ ହୋଇଛି। ଯେଉଁଥିରେ କେବଳ ସ୍ଥାନୀୟ ଛଟେଛୋଟ କଳାକାର ମାନେ ନିଜ ନିଜ କଳାକୁ ସର୍ବସାଧାରଣ ଙ୍କ ଆଗରେ ପ୍ରଦର୍ଶନ କରିବାକୁ ସୁଯୋଗ ପାଇପାରିବେ। ଏହା ସହିତ ଭଞ୍ଜନଗର ସହରରେ ଅତ୍ୟନ୍ତ ଵିରଳ ପୁଜା ବା ଅଷ୍ଟ ବେତାଳ ପୁଜା ଭଞ୍ଜନଗର ତହସିଲ୍ କାର୍ଯ୍ୟାଳୟ ତରଫରୁ ତିନିଦିନ ଧରି ଅନୁଷ୍ଠିତ ହେଉଛି। ଏହି ପୁଜା କେବଳ ଗଞ୍ଜାମ୍ କାହିଁକି, ଏହି ଦିନରେ ଅନ୍ୟତ୍ର ବିରଳ। ବିଗତ ବହୁ ବର୍ଷରେ ଭଞ୍ଜନଗର ତହସିଲ୍ କାର୍ଯ୍ୟାଳୟ ସହିତ ୧୪/୧୫ ଟି ତହସିଲ୍ ଏକତ୍ର କାର୍ଯ୍ୟ କରୁଥିଲେ। ସେତେବେଳେ ସବୁ ସ୍ଥାନ ଅଝାଡ ଜଂଗଲ ଓ ହିଂସ୍ର ଜୀବଜନ୍ତୁ ରେ ଭୟଙ୍କର ହୋଇ ରହୁଥିଲା। ସେଥିନିମିତ୍ତ ସେହି ଭୟ ରୁ ରକ୍ଷା ପାଇବା ପାଇଁ ବିଶ୍ଵାସ ର ସହିତ ବେତାଳ ସହିତ ମାଁ ଦୁର୍ଗା ଙ୍କୁ ମଧ୍ୟ ପୁଜା କରାହୋଇ ଆସୁଛି। ତେଣୁ ଭଞ୍ଜନଗର ର ଏହି ଅଷ୍ଟ ବେତାଳ ପୂଜା ଅନ୍ୟତ୍ର ଵିରଳ ଅଟେ।

0
0
0
s2sdefault