ବିଜେପୁର:-ପୋଲିସ ଏସ.ଆଇ. (Sub-Inspector) ନିଯୁକ୍ତି ପରୀକ୍ଷାକୁ ଏକ ବଡ଼ କଲେଙ୍କାରୀ ସାମ୍ନାକୁ ଆସିଛି। ଲକ୍ଷ-ଲକ୍ଷ ଆଶାୟୀ ଯୁବମାନେ ବର୍ଷରୁ ବର୍ଷ ପର୍ଯ୍ୟନ୍ତ ପାଠପଢି, ପ୍ରତିଦିନ ୧୦-୧୨ ଘଣ୍ଟା କରି ତାରିଖ ଦେଖୁଥିବାବେଳେ, କେହିକି ଟଙ୍କା ଦେଇ ରାତାରାତି ପୋଲିସ ଏସ.ଆଇ. ହୋଇପାରିବେ ବୋଲି ଯୋଜନା କରିଥିବା ଘଟଣାଟି ଅଧିକାଂଶଙ୍କୁ ଅବାକ କରିଦେଇଛି।
ବ୍ରହ୍ମପୁର ପୋଲିସର ବିଶେଷ ଦଳ ୨୪୩ ଜଣ ପ୍ରାର୍ଥୀଙ୍କୁ ଗିରଫ କରିଛି। ପୋଲିସ ତଥ୍ୟ ଅନୁସାରେ, ପ୍ରାର୍ଥୀମାନଙ୍କୁ ପ୍ରଥମେ ୧୦ ଲକ୍ଷ ଟଙ୍କା ଦେବାକୁ ପଡ଼ୁଥିଲା। ଚାକିରି ପାଇଲେ, ବାକି ୧୫ ଲକ୍ଷ ଟଙ୍କା ପୁଣି ଦେବାର ସର୍ତ୍ତ ରହିଥିଲା। ଅର୍ଥାତ୍ ପ୍ରତିଜଣଙ୍କୁ ୨୫ ଲକ୍ଷରେ ଏସ.ଆଇ. ପଦ ‘ବିକ୍ରି’ ହେଉଥିଲା।
ଭୁବନେଶ୍ୱରରୁ ଆନ୍ଧ୍ର ପ୍ରଦେଶ, ବସରେ ଯୋଜନା
ଦଲାଲମାନେ ଏହାକୁ ପୂରା ଯୋଜନାବଦ୍ଧ ଭାବରେ କରିଥିଲେ। ଭୁବନେଶ୍ୱରରୁ ୩ଟି ସ୍ଲିପର ଏସି ବସରେ ପ୍ରାର୍ଥୀମାନଙ୍କୁ ଆନ୍ଧ୍ର ପ୍ରଦେଶକୁ ନେଇଥିଲେ। ସେଠାରେ ସେମାନଙ୍କୁ ପରୀକ୍ଷା ପ୍ରଶ୍ନପତ୍ର ଦିଆଯାଇଥିଲା। ପ୍ରଶ୍ନର ସମାଧାନ କରି ଆସିଥିବା ପରେ, ସେମାନେ ନିର୍ଦ୍ଦିଷ୍ଟ କେନ୍ଦ୍ରରେ ପରୀକ୍ଷା ଦେବା ଥିଲେ।
ଘଟଣା ପ୍ରକାଶ ପାଇବା ପରେ, ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ପରୀକ୍ଷାକୁ ତୁରନ୍ତ ବାତିଲ କରାଯାଇଛି। ଏହାକୁ ନେଇ ସାଧାରଣ ପ୍ରାର୍ଥୀମାନେ ମହା ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷରୁ ବର୍ଷ ପର୍ଯ୍ୟନ୍ତ ପ୍ରସ୍ତୁତି ନେଇଥିବା, ଆର୍ଥିକ ଓ ମାନସିକ ଚାପ ଭୋଗିଥିବା ଆଶାୟୀମାନେ କହୁଛନ୍ତି — “କେବଳ କିଛି ଲୋକଙ୍କ ଦୁଷ୍ଟ କାରନାମାରୁ, ଆମର ସ୍ବପ୍ନ ଭାଙ୍ଗିଗଲା।”
ବିଜେପୁରର ସଂପୃକ୍ତି, ନାମ ଚର୍ଚ୍ଚାରେ
ଏହି କାରବାରରେ ବରଗଡ଼ ଜିଲ୍ଲା, ବିଜେପୁର ବ୍ଲକ ତାଳପଦର ଗ୍ରାମର କିଛି ଯୁବକଙ୍କ ନାମ ସାମ୍ନାକୁ ଆସିଛି।
ସୁରେଶ ପଧାନ ବୟସ ୩୦(ବାପା ସୁବାସ ପଧାନ)
ରାଧାକାନ୍ତ ପଧାନ ବୟସ ୩୦ (ବାପା ଲିଙ୍ଗରାଜ ପଧାନ)
ମୁନା ପଧାନବୟସ ୨୮ (ବାପା ରଞ୍ଜନ ପଧାନ)
ନରେନ୍ଦ୍ର ଗୌଡ଼ ବୟସ ୨୮(ବାପା ରଞ୍ଜନ ପଧାନ)
ଏହି ଘଟଣା ପରେ, ବିଜେପୁର ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା ତିବ୍ର ହୋଇଛି।
ବ୍ରହ୍ମପୁର ପୋଲିସ ସ୍ପଷ୍ଟ କରିଛି ଯେ, ଏହି ଲାଞ୍ଚ ଚକ୍ରାନ୍ତରେ ଯେଉଁମାନେ ସଂପୃକ୍ତ, ସେମାନଙ୍କୁ କୌଣସି ଛଡା ଦିଆଯିବନି। ଦଲାଲ, ମୁଖ୍ୟ ଆୟୋଜକ ଓ ଆର୍ଥିକ ଲାଭକାରୀମାନଙ୍କୁ ଚିହ୍ନଟ କରି, ଆଗାମୀ ଦିନରେ ବଡ଼ ଅଭିଯାନ ଚାଲିବ।
ଲକ୍ଷ-ଲକ୍ଷ ଯୁବଙ୍କ ସ୍ବପ୍ନକୁ ଧୁଳିସାତ କରିଥିବା ଏହି କଲେଙ୍କାରୀ, ରାଜ୍ୟର ନିଯୁକ୍ତି ପ୍ରଣାଳୀର ପାରଦର୍ଶିତାକୁ ପ୍ରଶ୍ନରେ ଦାଣ୍ଡେଇଛି। ସାଧାରଣ ଲୋକଙ୍କ ମନରେ ଏକମାତ୍ର ପ୍ରଶ୍ନ — “ଲାଞ୍ଚ ଦେଇ ଯଦି ଚାକିରି ହେବ, ତାହେଲେ ପଢ଼ିବାର ଅର୍ଥ କ’ଣ?”
ରାଜ୍ୟ
ସ୍ବପ୍ନର ଚାକିରି, ଲାଞ୍ଚର ଦୁଷ୍ଟ ଖେଳ — ବାତିଲ ହେଲା ଏସ.ଆଇ. ପରୀକ୍ଷା
- Hits: 782