ନୟାଗଡ଼(ବିଶ୍ୱଜିତ ନାୟକ) :- ପବିତ୍ର ଦଶହରା ଅବସରରେ ଭାରତର ଦୁଇ ବରପୁତ୍ର ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଆଜି ହେଉଛି ଜୟନ୍ତୀ ।ନୟାଗଡ଼ ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟିର ମିଳିତ ଆନୁକୂଲ୍ୟରେ ସମାଜସେବୀ ଗୋଦାବରୀଶ ସାହୁଙ୍କ ନେତୃତ୍ବରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ, ଉଭୟ ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ବିଷୟରେ ଆଲୋକପାତ କରିବା ସହ ଦେଶ ପ୍ରତି ଉଭୟଙ୍କ ର ଅତୁଳନୀୟ ଅବଦାନ କୁ ଉପସ୍ଥିତ ସଦସ୍ୟ ମାନେ ମନେ ପକେଇ ଥିଲେ । ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀ ଅମର ରହେ, ବନ୍ଦେ ମାତରମ ପରି ନାରା ଦେଇଥିଲେ ଉପସ୍ଥିତ ବ୍ୟକ୍ତି ବିଶେଷ ମାନେ । ଆଜିର କାର୍ଯ୍ୟକ୍ରମରେ ପୂଜ୍ୟପୂଜା କମିଟିର ସଭାପତି ପ୍ରଶନ୍ନ କୁମାର ବସନ୍ତିଆ ଓ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନୀ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମୁନିସିପାଲିଟିର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ, କାଉନସିଲର ଜାନକୀ ବଲ୍ଲଭ ଜେନାଙ୍କ ସହିତ ସିଭିଲ ସୋସାଇଟିର ବରିଷ୍ଠ ସଦସ୍ୟ ନିରଞ୍ଜନ ମିଶ୍ର, ଶରତ ସାହୁ ଏବଂ ଅନ୍ୟ ସଦସ୍ୟମାନଙ୍କ ସହ ମୁନିସିପାଲିଟିର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଆଜିର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ପୂଜ୍ୟପୂଜା କମିଟି ର ବରିଷ୍ଠ ସଦସ୍ୟ ସାମ୍ବାଦିକ ରାମକୃଷ୍ଣ ରଥ ଏବଂ କାର୍ଯ୍ୟକ୍ରମର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଆବାହକ ଧିରେନ୍ଦ୍ର ପଟ୍ଟନାୟକ ।
ରାଜ୍ୟ
ନୟାଗଡ଼ ରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ଜୟନ୍ତୀ ପାଳନ
- Hits: 105