ହେଡଲାଇନସ୍:

ଜଗତସିଂହପୁର: ବାଲିକୁଦା ବଜାରରେ ଭାଙ୍ଗିଲା ଦୁର୍ଗାପୂଜା ଲାଇଟ୍ ଗେଟ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଲିକୁଦା, ଶାସକ ପ୍ରଶାସକ, (ବିଚିତ୍ର ରଞ୍ଜନ ସାହୁ): ସକାଳୁ ସକାଳୁ ବାଲିକୁଦାରେ ହଠାତ ଆରମ୍ଭ ହୋଇଗଲା ପ୍ରବଳ ବର୍ଷା ସାଙ୍ଗକୁ ପବନ। ଫିକା ପଡ଼ିଲା ଦୁର୍ଗାପୂଜା। ଲୋକମାନେ ମାଙ୍କ ଦଶମୀ ପୂଜା ଦେଖିବାକୁ ଯିବା ପୂର୍ବରୁ ପ୍ରବଳ ବର୍ଷାପବନ ଯୋଗୁ ବାଲିକୁଦା ବଜାର ବସଷ୍ଟାଣ୍ଡ ପୂଜା ମଣ୍ଡପରେ ଭାଙ୍ଗିଲା ଲାଇଟ୍ ଗେଟ୍ l ସେଠାରେ ଲାଇଟ୍ ଗେଟ୍ ପଡ଼ି ରାସ୍ତା ଅବରୋଧ ହେବା ସହ ୨ ଜଣ ଗୁରୁତର ଆହାତ ହୋଇଛନ୍ତି l ଆହାତଙ୍କୁ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଜଗତସିଂହପୁର-ମାଛଗାଁ ମୁଖ୍ୟରାସ୍ତାରେ ଯାତାୟତ ବାଧାପ୍ରାପ୍ତ l ଏହାଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ଏଣେ ବର୍ଷା ଓ ପବନ ଯୋଗୁ ଅନ୍ୟାନ୍ୟ ମଣ୍ଡପ ବି ପ୍ରଭାବିତ ହୋଇଛି। ବଡ଼ ବର୍ଷା ଆସୁଥିବା ହେତୁ ଦଶହରା ଫିକା ପଡ଼ିବାର ଆଶଙ୍କା ରହିଛି।

ସୂଚାନଯୋଗ୍ୟଯେ, ଗତକାଲି କଟକର କଲେଜ ଛକ ଦୁର୍ଗା ମଣ୍ଡପର ଲାଇଟ୍ ଗେଟ୍ ପଡି ରାଣୀହାଟରୁ କଲେଜ ଛକ ଯାଏ ରାସ୍ତା ଅବରୋଧ ହୋଇଥିଲା ।

0
0
0
s2sdefault