"ଜନସ୍ୱାସ୍ଥ୍ୟ ପାଇଁ ଏହା ହେଉଛି ମହା ବିପଦ"
ବଲାଙ୍ଗୀର,(ଶାସକ ପ୍ରଶାସକ):- ତୁରେକେଲା ବ୍ଲକ ଅଞ୍ଚଳରେ ଜନସ୍ୱାସ୍ଥ୍ୟକୁ ବଡ଼ ବିପଦରେ ପକାଇ ଦେଉଛି ବେଆଇନ୍ ବଙ୍ଗାଳୀ ହସ୍ପିଟାଲ। ସରକାରୀ ହସ୍ପିଟାଲ ପାଖରେ ଥିବା ସତ୍ତ୍ୱେ, ଲୋକଙ୍କୁ ଭୂତାଇ ନେଇ ଏହି ବଙ୍ଗାଳୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପ୍ରତିଦିନ ଶହଶହ ରୋଗୀ ଏଠାରେ ସାଲାଇନ୍, ଇଞ୍ଜେକସନ୍ ନେବା ସହ
ବିଭିନ୍ନ କଡା କଡା ଔଷଧ ମଧ୍ୟ ନେଉଛନ୍ତି । କିଛିଦିନ ପୂର୍ବରୁ ବଡଡୁକୁଲା ଗାଁରେ ଏକ ବେଆଇନ୍ ବଙ୍ଗାଳୀ ଡାକ୍ତରର ଭୁଲ ଚିକିତ୍ସା ଫଳରେ ଜଣେ ନିରୀହ ଲୋକର ମୃତ୍ୟୁ ଘଟିଥିଲା। ସେହି ମାମଲାରେ ଡାକ୍ତରକୁ ଜେଲ ମଧ୍ୟ ହୋଇଥିଲା।
ତଥାପି, ସେପରି ଅସୁରକ୍ଷିତ ଚିକିତ୍ସା କେନ୍ଦ୍ର ଗୁଡ଼ିକ ଚାରିଆଡ଼େ ବ୍ୟାପୁଛି । କିଭଳି ଏହା ସରକାର ର ବିନା ଅନୁମତିରେ ଚାଲି ପାରୁଛି ଲୋକେ ପ୍ରଶ୍ନ ଉଠାଉଛନ୍ତି। ବଙ୍ଗାଳୀ ହସ୍ପିଟାଲ୍ ତୁରେକେଲା ଥାନାରୁ ୧୦୦ ମିଟର ଓ ସରକାରୀ ହସ୍ପିଟାଲରୁ ୪୦୦ ମିଟର ଦୂରରେ ବେଆଇନ୍ ଭାବେ ପରିଚାଳିତ ହେଉଛି।
ପୋଲିସ ଓ ଚିକିତ୍ସା ବିଭାଗର ନିଷ୍କ୍ରିୟତା ଯୋଗୁଁ ଏମାନେ ପ୍ରୋତ୍ସାହିତ ହେଉଛନ୍ତି ବୋଲି
ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଛି।
ଜନସ୍ୱାସ୍ଥ୍ୟରେ ଝୋଲାଛାପ ନକଲି ଡାକ୍ତର ଓ ବେଆଇନ୍ ହସ୍ପିଟାଲର ବୃଦ୍ଧି ସରକାରୀ ବ୍ୟବସ୍ଥାର ଦୁର୍ବଳତାକୁ ସ୍ପଷ୍ଟ ଭାବେ ଦେଖାଉଛି।
ଏଭଳି ବେଆଇନ୍ ସେବା ଲୋକଙ୍କୁ ଅଧିକ ବିପଦରେ ପକାଇ ପାରେ।
ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ, ପୋଲିସ ଓ ଜିଲ୍ଲା ପ୍ରଶାସନଙ୍କୁ ତୁରନ୍ତ ଆଇନ ଗତ ପଦକ୍ଷେପ ନେଇ ଏହାକୁ ବନ୍ଦ କରିବାକୁ ଜନ ସାଧାରଣରେ ଦାବି ହେଉଛି।











