ଭୁବନେଶ୍ୱର: କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ପକ୍ଷରୁ ଭୁବନେଶ୍ୱରର ଷ୍ଟାଲ୍ୱାର୍ଟ ହାଇଟଠାରେ ଏହାର ୨ୟ ଏକ୍ସକ୍ଲୁସିଭ ଶୋ’ରୁମ ର ଶୁଭାରମ୍ଭ କରାଯାଇଛି । ଏହି ଉଦଘାଟନ ସମାରୋହରେ ହରି କ୍ରିଷ୍ଣା ଗ୍ରୁପ୍ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ, ଘନଶ୍ୟାମ ଢୋଲକିଆ ଯୋଗ ଦେଇଥିଲେ । ନବରାତ୍ରିର ପବିତ୍ର ଋତୁକୁ ପାଳନ କରିବା ପାଇଁ କିସ୍ନା ପକ୍ଷରୁ ହୀରା ଅଳଙ୍କାରର ମେକିଂ ଚାର୍ଜ ଉପରେ ୭୫% ପର୍ଯ୍ୟନ୍ତ ରିହାତି ଏବଂ ସୁନା ଅଳଙ୍କାରର ମେକିଂ ଚାର୍ଜ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରିବା ସହ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ ଓ ଡେବିଟ କାର୍ଡ ଉପରେ ଅତିରିକ୍ତ ୫%ର ତତ୍କାଳ ରିହାତି ପ୍ରଦାନ କରୁଛି । କିସ୍ନା ପକ୍ଷରୁ ଏକ ସ୍ୱତନ୍ତ୍ର ସପ୍ ଆଣ୍ଡ ୱିନ କ୍ୟାମ୍ପେନ ମଧ୍ୟ ପରିଚାଳନା କରାଯାଉଛି ଯେଉଁଠାରେ ଗ୍ରାହକମାନେ ସୁନା ଓ ହୀରା ଅଳଙ୍କାରର କ୍ରୟ ଉପରେ ୧୦୦୦ରୁ ଅଧିକ ସ୍କୁଟର ଓ ୨୦୦ରୁ ଅଧିକ କାର୍ ଜିତିବାର ଏକ ସୁଯୋଗ ପାଇପାରିବେ ।
ଏହି ଲଂଚ ଅବସରରେ ହରି କ୍ରିଷ୍ଣା ଗ୍ରୁପର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଘନଶ୍ୟାମ ଢୋଲକିଆ କହିଛନ୍ତି, “ଓଡିଶା ସବୁବେଳେ ଏହାର କଳା ଓ କାରୁକାର୍ଯ୍ୟ ପାଇଁ ସୁପରିଚିତ ଅଟେ । ଆମର ଭୁବନେଶ୍ୱରର ଶୋ’ରୁମର ଉଦ୍ଘାଟନ ସହିତ ଆମେ ଏହି ବିରାସତକୁ ପ୍ରତିଫଳନ କରୁଥିବା ଅଳଙ୍କାର ଆଣିବା ସହ ଆଜିର ମହିଳାମାନଙ୍କ ପାଇଁ ଆଧୁନିକ ଉତ୍କର୍ଷତା ପ୍ରଦାନ କରୁଛୁ । ନବରାତ୍ରି ସମୟରେ ଲଂଚ କରିବା ଏହି ସଫଳତାରେ ସମୃଦ୍ଧିର ଉତ୍ସାହ ଓ ନୂତନ ଆରମ୍ଭ ଯୋଗ କରୁଛି । ଆମେ ଭାରତର ପ୍ରତ୍ୟେକ ମହିଳାଙ୍କ ପାଇଁ ହୀରା ଅଳଙ୍କାରକୁ ପହଂଚଯୋଗ୍ୟ ଓ ଆକର୍ଷଣୀୟ କରିବା ପାଇଁ ଆମର ଯାତ୍ରା ଜାରି ରଖିଥିବାରୁ ଏହି ଶୁଭାରମ୍ଭ ଆମକୁ ଆମର ଦୃଷ୍ଟିକୋଣ ‘ହର୍ ଘର୍ କିସ୍ନା’ର ନିକଟତର କରିଛି ।” ଉକ୍ତ ଶୋ ରୁମ ର ଶୁଭାରମ୍ଭ ଅବସରରେ କିଟ୍, କିସ୍ ଏବଂ କିମସ୍ ର ପ୍ରତିଷ୍ଠାତା, ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତ ମଧ୍ୟ ଯୋଗ ଦେଇଥିଲେ ।
ସେହିପରି କିସ୍ନାର ନିର୍ଦ୍ଦେଶକ ଶ୍ରୀଯୁକ୍ତ, ପରାଗ ଶାହ କହିଛନ୍ତି, “ନବରାତ୍ରିର ପବିତ୍ର ପର୍ବ ଅବସରରେ ଆମର ଭୁବନେଶ୍ୱର ଶୋ’ରୁମ ଲଂଚ କରିବା ଏହି ସଫଳତାକୁ ଆହୁରି ସ୍ୱତନ୍ତ୍ର କରିଛି । ନବରାତ୍ରି ଯେପରି ନୂତନ ଆରମ୍ଭକୁ ପାଳନ କରିଥାଏ, ଆମେ ମଧ୍ୟ କିସ୍ନା ସହ ଓଡିଶାରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିବା ପାଇଁ ଖୁସି ଅନୁଭବ କରୁଛୁ ।”
କିସ୍ନାର ଫ୍ରାଂଚାଇଜି ପାର୍ଟନର ଶ୍ରୀଯୁକ୍ତ ସୁଶୀଲ ଓ ଶୁଭମ ସେନାପତି କହିଛନ୍ତି, “କିସନା ସହ ସହଭାଗିତା କରିବା ଏବଂ ଭୁବନେଶ୍ୱରକୁ ଏହାର ବିଶ୍ୱସ୍ତ ଅଳଙ୍କାର ବିରାସତ ଆଣିବା ଏକ ସମ୍ମାନର ବିଷୟ ଅଟେ । ନବରାତ୍ରି ସମୟରେ ଏହି ଶୋ’ରୁମ ଶୁଭାରମ୍ଭ କରିବା ଏହି ମୁହୂର୍ତକୁ ଆହୁରି ଶୁଭ କରିଛି ଏବଂ ଆମେ ଆମର ଗ୍ରାହକଙ୍କୁ ନୂତନ ଡିଜାଇନ ପ୍ରଦାନ କରିବା ପାଇଁ ଅପେକ୍ଷା କରିଛୁ ଯାହା ସେମାନଙ୍କର ଉତ୍ସବକୁ ଆହୁରି ଉଜ୍ଜ୍ୱଳମୟ କରିବ ।”











