ହେଡଲାଇନସ୍:

ହେଲମେଟ ବିନା ଚାଲିଗଲା ୩ ଜୀବନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ,


ଓଡ଼ଗାଁ,୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମଧ୍ୟ ଦେଇ ଯାଇଥିବା ୨୧ ନମ୍ବର ନୟାଗଡ଼-ଭଞ୍ଜନଗର ରାଜ୍ୟ ରାଜପଥର ଗୋଡିପଲ୍ଲୀ ଛକ ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କରସିଙ୍ଗ ଗ୍ରାମର ସିଲୁ ନାୟକ(୨୫)। ସିଲୁର ପିୟୂଷି ପୁଅ ଭାଇ କେନ୍ଦ୍ରାପଡା ଅଞ୍ଚଳର ସନ୍ତୋଷ କୁମାର ରାଉତ (୩୫) ଏବଂ ଓଡ଼ଗାଁ ଥାନା ଚେମେଡିର ସୁରେଷ ଓରଫ୍ ମୋହନ ବାରିକ(୨୨)। ସୂଚନା ଅନୁସାରେ ସନ୍ତୋଷ କୁମାର ରାଉତ ଏବଂ ସିଲୁ ଓଡ଼ଗାଁରୁ ମଟନ୍ ନେଇ ଓଡି ୨୯ ପି୨୪୪୫ ଟିଭିଏସ ରାଇଡର ବାଇକ୍ ଯୋଗେ କରସିଙ୍ଗ ଫେରୁଥିବା ବେଳେ ଭଞ୍ଜନଗର ପାର୍ଶ୍ଵରୁ ନିଜ ଗାଁ ଚେମେଡିରୁ ଫେରୁଥିବା ସୁରେଷ ବାରିକର ଓଡି ୨୫ କ୍ୟୁ ୯୨୮୫ ବୁଲେଟ ସହିତ ପେଟ୍ରୋଲ ଟାଙ୍କି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକ୍ ଦୁଇଟି ଉଭୟ ପାର୍ଶ୍ବରୁ ଏତେ ଦ୍ରୁତ ଗତିରେ ଆସୁଥିଲା ଯେ ଧକ୍କା ହେଲା ବେଳେ ବାଇକ୍ ଦୁଇଟି ଚାଳକଙ୍କ ସହିତ ୧୦ଫୁଟ ଉଚ୍ଚକୁ ଉଠି ତଳେ ପଡ଼ିଥିଲା ବୋଲି ଦେଖଣାହାରିଙ୍କ ଠାରୁ ପ୍ରକାଶ । ଫଳରେ ୨ଜଣଙ୍କ ମୁହଁ ବୁଲି ଯାଇଥିବା ସହିତ ଅନ୍ୟ ଜଣକର ମୁହଁ ମୁଣ୍ଡ ଭିତରକୁ ପଶିଯାଇଥିଲା । ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଓଡ଼ଗାଁ ପୋଲିସ ଏସଆଇ ଚକ୍ରଧର ସିଂ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଓଡଗାଁ ଡାକ୍ତରଖାନା ଆଣିବା ପରେ ଡାକ୍ତର ସେମାନଙ୍କୁ ଆନୁଷ୍ଠାନିକ ଭାବେ ମୃତ ଘୋଷଣା କରିଥିଲେ । ଅପରପକ୍ଷରେ ଓଡ଼ଗାଁ ପୋଲିସ ୩୦୭/୨୫ରେ ଏକ ମାମଲା ରୁଜୁ କରି ବାଇକ୍ ଦୁଇଟିକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ହେଲେ ମୃତକଙ୍କ ଶରୀରର ଅନ୍ୟ କୌଣସି ସ୍ଥାନରେ ଆଘାତ ଲାଗିନଥିବା ବେଳେ ହେଲମେଟ ବ୍ୟବହାର କରିଥିଲେ ହୁଏତ କେହି ବଞ୍ଚି ଯାଇଥାନ୍ତେ ବୋଲି ଚର୍ଚ୍ଚା ହେଉଛି ।

0
0
0
s2sdefault