ଓଡଗାଁ,୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ଆବଶ୍ୟକ ସ୍ଥଳେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ପାଇବା ବ୍ୟୟ ବହୁଳ ହୋଇ ପଡୁଥିଲା ବେଳେ ସୁଶ୍ରୁଷା ଇ-କ୍ଳିନିକ ମାଧ୍ୟମରେ ଏବେ ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ସୁବିଧା ଗ୍ରାମାଞ୍ଚଳର ରୋଗୀ ଟିଏ ପାଇବା ସହଜ ହୋଇପାରିଛି । ସାଧାରଣ ଘରର ରୋଗିଟିଏ ଭୁବନେଶ୍ୱର କିମ୍ବା କଟକ ଯିବାକୁ ହଠାତ ସାହସ ଜୁଟାଇ ପାରୁ ନଥିବା ବେଳେ ଏବେ ଏହା କେତେକାଂଶରେ ସେମାନଙ୍କ ପାଇଁ ଚିକିତ୍ସା ସହଯୋଗ ଦେଇପାରିବ ବୋଲି ଆଶା କରାଯାଏ । ଦେଶ ବିଦେଶରେ କିଡ଼ନୀ ରୋଗ ବିଶେଷଜ୍ଞ ଭାବେ ବେଶ ପରିଚିତ ଡାକ୍ତର ପ୍ରିୟବ୍ରତ ଦାସ ନିଜର ସୁଶ୍ରୁଷା ଇ -କ୍ଲିନିକ ମାଧ୍ୟମରେ ସାରା ରାଜ୍ୟରେ ବିଶେଷଜ୍ଞ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି । ସେ ଉତ୍ତର ଓଡିଶା, ପଶ୍ଚିମ ଓଡିଶାରେ ଏହି ଭଳି ୩୦ ଶାଖା ଆରମ୍ଭ କରିଥିବା ବେଳେ ଓଡ଼ଗାଁରେ ୩୧ ତମ ଶାଖା ଆରମ୍ଭ କରିଛନ୍ତି । ସ୍ଥାନୀୟ ବାହାଡାଝୋଲା ରୋଡ଼ରେ ଗ୍ରାମୀଣ ଔଷଧ ପ୍ରତିଷ୍ଠାନ ମାଧ୍ୟମରେ ପ୍ରତି ଶୁକ୍ରବାର ସନ୍ଧ୍ୟା ୭ ରୁ ରାତି ୯ ପର୍ଯ୍ୟନ୍ତ ଲୋକେ ଡ. ଦାସଙ୍କ ସମେତ କ୍ରିଟିକାଲ ମେଡ଼ିସିନ, ସ୍ନାୟୁ, ହୃଦୟ ରୋଗ, ପେଟ ରୋଗ, ଚର୍ମ ରୋଗ ଓ ନ୍ୟୁରୋଲୋଜି ରୋଗର ଭିନ୍ନ ଭିନ୍ନ ସୁପର ସ୍ପେସିଆଲିଷ୍ଟଙ୍କ ଦ୍ୱାରା ଭିଡିଓ କଲ ମାଧ୍ୟମରେ ପରାମର୍ଶ ନେଇ ପାରିବେ ବୋଲି ସୂଚନା ଦେଇଛନ୍ତି । ଏହାଦ୍ୱାରା ଲୋକେ ସହରକୁ ଯାଇ ଅଯଥା ଖର୍ଚ୍ଚାନ୍ତ ଓ ହଇରାଣ ନହୋଇ ଗାଁରେ ହିଁ ଏହି ଭଳି ବ୍ୟୟ ବହୁଳ ପରାମର୍ଶ ପାଇଁ ନିଜକୁ ଆରୋଗ୍ୟ କରିପାରିବେ
ରାଜ୍ୟ
ସୁଶ୍ରୁଷା ଇ-କ୍ଲିନିକ ଗ୍ରାମାଞ୍ଚଳ ପାଇଁ ଆଣି ଦେଇଛି ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ସୁବିଧା
- Hits: 503