ହେଡଲାଇନସ୍:

ନିଖୋଜ ଛାତ୍ରର ମୃତ ଦେହ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-:(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳୀ ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରର ମୃତ ଦେହ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି I ସୂଚନା ପ୍ରକାରେ ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଖଣ୍ଡରାବଳୀ ଗ୍ରାମର ବାବୁ ବିଷୋୟୀଙ୍କ ପୁଅ ଅମର ବିଷୋୟୀ (୧୪) I ଅମର କେନ୍ଦୁପଦର ସ୍ଥିତ ପ୍ରଗତି ବିଦ୍ୟାପୀଠରେ ନବମ ଶ୍ରେଣୀରେ ପଢୁଥିଲେ I ଅମର ଅତି ଶାନ୍ତ ଶିଷ୍ଟ ସ୍ଵଭାବର ହୋଇଥିବା ବେଳେ ସୁନ୍ଦର ଗୀତ ଗାଇ ସାଙ୍ଗସାଥି ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରିୟଭାଜନ ହୋଇପାରିଥିଲେ I ଅମରଙ୍କ ବାପା ବାବୁ ବିଷୋୟୀ କେରଳରେ ରହି କାମ କରୁଛନ୍ତି I ଗତ ରବିବାର ଦିନ ଅମର ଘରେ ଖାଇପିଇ ବାହାରୁ ଟିକେ ଆସୁଛି କହି ଚାଲିଯାଇଥିଲା I କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅମର ନ ଫେରିବାରୁ ଅମରର ମାଆ ଅମର ନିଖୋଜ ହୋଇଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ I ଆଜି ରାମନାପଲ୍ଲୀ ଆଶ୍ରମ ବିଦ୍ୟାଳୟ ନିକଟରେ ଥିବା ଏକ ପଡିଆ ନିକଟରେ ଜଣେ ଗାଈ ଚରାଳି ଏକ ଶବ ପଡିଥିବାର ଦେଖି ଗାଆଁ ଲୋକଙ୍କୁ ଖବର ଦେଇଥିଲେ I ଘଟଣା ସମ୍ପର୍କରେ ଖବର ପାଇ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବଟି ନିଖୋଜ ଅମରର ବୋଲି ଚିହ୍ନଟ କରିଥିଲେ I ତେବେ ଅମରର ମୃତ୍ୟୁ କେଉଁ କାରଣରୁ ହୋଇଛି ଜଣା ପଡ଼ିନଥିବା ବେଳେ ପୋଲିସ୍ ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତ କରୁଛି l ଅମର ର ଶବକୁ ଜବତ କରି ବ୍ରହ୍ମପୁର ବଡମେଡିକାଲ ରେ ଥିବା ନ୍ୱିତ୍ତି ତ୍ତାତିକ ବିଷ ବିଜ୍ଞାନ ବିଭାଗରେ ଶବ ଵେବଛେଦ ପରେ ତାର ପରିବାର କୁ ହସ୍ତାନ୍ତର କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି l ଥାନାରେ ୫୫୪/୨୫ ରେ ଏକ ମାମଲା ରୁଜୁ କରି ଏସ ଆଇ ଅଜୟ ମଲ୍ଲିକ ଘଟଣା ର ତଦନ୍ତ କରୁଥିବା ଥାନା ଅଧିକାରୀ ବନବିହାରି ପ୍ରଧାନ ପ୍ରକାଶ କରିଛନ୍ତି l

0
0
0
s2sdefault