ହେଡଲାଇନସ୍:

ଆରଏସ୍ଏସ୍ ର ଶତାବ୍ଦୀ ସମାରୋହ ଉଦଘାଟନ ଉତ୍ସବ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦ୍ରାପଡା:(ପ୍ରଫୁଲ କୁମାର ମଲ୍ଲ): କେନ୍ଦ୍ରାପଡା ଜିଲା ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ବଳଭଦ୍ରପୁର ଗ୍ରାମର ସାରଳା ମଣ୍ଡପ ପ୍ରାଙ୍ଗଣରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ସମାରୋହ ଉଦଘାଟନ ଉତ୍ସବ ବଡ ଧୁମଧାମରେ ପାଳିତ ହୋଇଯାଇଛି l ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଡେରାବିଶ ଖଣ୍ଡ ପକ୍ଷରୁ ଆୟୋଜିତ ଏହି ଭବ୍ୟ ଉତ୍ସବରେ ଶ୍ରୀଯୁକ୍ତ ଭାଗବତ ପ୍ରଧାନ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସଂଘର ବୈଶିଷ୍ଟ୍ୟ ଓ ଦୀର୍ଘ ଯାତ୍ରା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ପ୍ରତ୍ୟେକ ବ୍ୟକ୍ତି ଦେଶ ମାତୃକାର ସେବା ପାଇଁ ନିଜକୁ ସମର୍ପିତ କରିବା ଉଚିତ୍ ବୋଲି କହିଥିଲେ l ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ନାରାୟଣ ବାରିକ ଡେରାବିଶ ଖଣ୍ଡ ସଂଘଚାଳକ ଅବସର ପ୍ରାପ୍ତ ପୋଲିସ ଅଧ୍ୟକ୍ଷ ଯୋଗଦେଇ ସଂଘର ପ୍ରତିଷ୍ଠା ଓ ପ୍ରତିଷ୍ଠାତାଙ୍କ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ l ଏହି ଅବସରରେ ସ୍ଵୟମ ସେବକ ମାନଙ୍କ ଦ୍ଵାରା ଗଣବେଶ, ଶାରୀରିକ, ଘୋଷ ପ୍ରଭୃତି କରା ଯାଇଥିଲା l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସାହିତ୍ୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ l ବଳଭଦ୍ରପୁର ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ଦେଖିବା ପାଇଁ ସାଧାରଣ ଜନତାଙ୍କ ଭିତରେ ବେଶ୍ ଉତ୍କଣ୍ଠା ଦେଖା ଯାଇଥିଲା l

0
0
0
s2sdefault