ହେଡଲାଇନସ୍:

ବାଗଦେବୀ ନୋଡାଲ ବିଦ୍ୟାଳୟରେ ଶିକ୍ଷକ ମହେନ୍ଦ୍ର ମଲ୍ଲିକଙ୍କ ବିଦାୟ ସମ୍ବର୍ଦ୍ଧନା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦ୍ରାପଡ଼ା:(ଜିଲ୍ଲା ପ୍ରତିନିଧି)ପ୍ରଫୁଲ୍ଲ କୁମାର ମଲ୍ଲ -ବାଗଦେବୀ ନୋଡାଲ ବିଦ୍ୟାଳୟ ପରିସରରେ ଶିକ୍ଷକ ମହେନ୍ଦ୍ର ମଲ୍ଲିକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଗମ୍ଭୀର ଓ ଉତ୍ସାହମୟ ପରିବେଶରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିବାର ସହିତ ଅଞ୍ଚଳବାସୀ ଓ ପୁରାତନ ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପସ୍ଥିତ ରହିଥିଲେ ।
କାର୍ଯ୍ୟକ୍ରମରେ ପ୍ରଥମେ ଅତିଥିବରଣ, ଫୁଲମାଳା ପ୍ରଦାନ ଓ ସ୍ମୃତିଚିହ୍ନ ସମର୍ପଣ କରାଯାଇଥିଲା । ପରେ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ଶିକ୍ଷକଙ୍କ ଅବଦାନକୁ ଉଲ୍ଲେଖ କରି ବକ୍ତାମାନେ କହିଥିଲେ,ମହେନ୍ଦ୍ର ମଲ୍ଲିକ କେବଳ ପାଠ ପଢ଼ା ନୁହେଁ, ସ୍ନେହ,ଶ୍ରଦ୍ଧା ଶୃଙ୍ଖଳା ଓ ମାନବତାର ପାଠ ମଧ୍ୟ ଦେଇ ଆସିଛନ୍ତି । ତାଙ୍କର ସରଳ ଜୀବନ ଓ ସେବାଭାବ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ।ପୁରାତନ ଛାତ୍ରଛାତ୍ରୀ ମାନେ ସ୍ମୃତିଚାରଣ କରି କହିଥିଲେ, ବିଦ୍ୟାଳୟର ସୁନାଳି ଦିନ ଗୁଡ଼ିକ ତାଙ୍କର ଶିକ୍ଷାଦାନ ଓ ପରାମର୍ଶ ବିନା ସମ୍ପୂର୍ଣ୍ଣ ହୋଇ ପାରିନଥାନ୍ତା ।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷକଙ୍କୁ ସମ୍ମାନ ଜଣାଇଥିଲେ ଛାତ୍ରଛାତ୍ରୀ ମାନେ ।କାର୍ଯ୍ୟ କ୍ରମରେ ସଭାପତି ମଣ୍ଡଳୀ, ଅଭିଭାବକ, ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀ ସହିତ ବିଦ୍ୟାଳୟ ଶିକ୍ଷକ ମଣ୍ଡଳୀ ଉପସ୍ଥିତ ରହିଥିଲେ । ଶେଷରେ ଶିକ୍ଷକ ମହେନ୍ଦ୍ର ମଲ୍ଲିକ ଭାବବିହ୍ୱଳ ହୋଇ ସମସ୍ତଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ ଓ ଛାତ୍ରଛାତ୍ରୀଙ୍କୁ ସଦା ନିଷ୍ଠା, ପରିଶ୍ରମ ଓ ସତ୍ୟପଥରେ ଚାଲିବାର ପରାମର୍ଶ ଦେଇଥିଲେ ।

0
0
0
s2sdefault