ହେଡଲାଇନସ୍:

ବିଜେପୁର ସମଲେଶ୍ୱରୀ ମନ୍ଦିରରେ ମା’ଙ୍କ ନବଦିନାତ୍ମକ ପୂଜା ସମାପନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବିଜେପୁର ସ୍ଥିତ ପ୍ରାଚୀନ ମା’ ସମଲେଶ୍ୱରୀ ମନ୍ଦିରରେ ଆୟୋଜିତ ନବଦିନାତ୍ମକ ପୂଜା ମହୋତ୍ସବ ଆଜି ମଙ୍ଗଳବାର ଆଶ୍ୱିନ ଶୁକ୍ଳ ଅଷ୍ଟମୀ ଯୁକ୍ତ ନବମୀ ତିଥିରେ ଭକ୍ତିଭାବନା ଓ ଧାର୍ମିକ ଉତ୍ସାହ ମଧ୍ୟରେ ସମାପନ ହୋଇଯାଇଛି। ୨୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ପୂଜା ୯ ଦିନ ବ୍ୟାପୀ ଭକ୍ତି, ଉତ୍ସର୍ଗ ଓ ପରମ୍ପରାର ପରିଚୟ ଦେଇଥିଲା।
ସମାପନ ଅବସରରେ ସନ୍ଧିପୂଜା, ନବମୀ ପୂଜା ଓ ବିଶିଷ୍ଟ ହୋମ-ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ୬ଟାରେ ମନ୍ଦିର ପରିସରରେ ନବ କୁମାରୀ ବେଶର ଆୟୋଜନ ହେବା ସହିତ ପୂଜାରେ ନୂତନ ରୂପର ଧାର୍ମିକ ଆଭା ଦେଖାଗଲା। ଏହି ଦୃଶ୍ୟ ଦେଖିବା ପାଇଁ ଦୂର-ଦୂରାନ୍ତରୁ ଭକ୍ତମାନେ ମନ୍ଦିରକୁ ଆସିଥିଲେ।
ପୂଜାର ପ୍ରତ୍ୟେକ ଦିନ ଅଲଗା ଅଲଗା ପରିବାର କର୍ତ୍ତାଦାୟିତ୍ୱ ନିଭାଇଥିଲେ।
ପ୍ରଥମ ଦିନ – ଚତୁର୍ଭୁଜ ମେହେର ଓ ସହଧର୍ମିଣୀ ଲଳିତା ମେହେର
ଦ୍ୱିତୀୟ ଦିନ – କ୍ଷିରସିନ୍ଧୁ କାଣ୍ଡ ଓ ସହଧର୍ମିଣୀ
ତୃତୀୟ ଦିନ – ନେତ୍ରମଣୀ ମେହେର ଓ ମମତା ମେହେର
ଚତୁର୍ଥ ଦିନ – ଗୋବିନ୍ଦ ମେହେର ଓ ମୋହିନୀ ମେହେର
ପଞ୍ଚମ ଦିନ – ଗୈର ମହାକୁର ଓ ଧନମତୀ ମହାକୁର
ଷଷ୍ଠ ଦିନ – ଚତୁର୍ଭୁଜ ମେହେର ଓ ଲଳିତା ମେହେର
ସପ୍ତମ ଦିନ – ରବି ଭୋଇ ଓ ଦିପାଞ୍ଜଳୀ ଭୋଇ
ଅଷ୍ଟମ ଦିନ – ଟିକେଶ୍ୱର ଭୋଇ ଓ ଦେବକୀ ଭୋଇ
ନବମ ଦିନ – ବିଭୁତି ଷାଣ୍ଢ ଓ ଅରୁଣା ଷାଣ୍ଢ
ପୂଜାର ସମଗ୍ର ବେଦିକ କାର୍ଯ୍ୟବଳୀ ଆଚାର୍ଯ୍ୟ ପଣ୍ଡିତ ଅବିନାଶ ମହାପାତ୍ର ଓ ଉପାଚାର୍ଯ୍ୟ ପଣ୍ଡିତ ନେପାଳ ମିଶ୍ରଙ୍କ ବେଦମନ୍ତ୍ର ଉଚ୍ଚାରଣରେ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଦିନ ସକାଳୁ ମନ୍ଦିର ପରିସରରେ ବେଦମନ୍ତ୍ରର ଧ୍ୱନି ଗୁଞ୍ଜିଥିବାରୁ ସମଗ୍ର ପରିବେଶ ପବିତ୍ରତାରେ ପରିପୂର୍ଣ୍ଣ ହୋଇ ଉଠୁଥିଲା।

0
0
0
s2sdefault