ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗୋବରା ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ମହାସମlରୋହରେ ପାଳିତ ହୋଇଯାଇଛି l ବିଶ୍ଵଭାରତୀ ପ୍ରତିଷ୍ଠାତା କୁଞ୍ଜ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସର ପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ଅଭିଭାଷଣରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ବିଶ୍ଵାଳ ଆଧ୍ୟାତ୍ମିକ ମାର୍ଗରେ ଛାତ୍ରଛାତ୍ରୀ ମାନଙ୍କୁ ପରିଚାଳିତ ହେବାପାଇଁ ମାର୍ଗଦର୍ଶନ କରାଇଥିଲେ। ସମ୍ମାନୀତ ଅତିଥି ଭାବେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦର ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଧାରୀ ସ୍ୱାଇଁ , ଚନ୍ଦ୍ରମଣୀ ଲେଙ୍କା, ଶୀତାକାନ୍ତ ତ୍ରିପାଠୀ , ବିଦ୍ୟାଳୟ ଉପସଭାପତି ବିଭୁପାଦ ଜେନା , ବ୍ୟାଙ୍କ ଅଫ ଇଣ୍ଡିଆ କ୍ଷତ୍ରିୟବରପୁର ଶାଖା ପରିଚାଳକ ଦୟାଲ ସେଠୀ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ମହେଶ୍ୱର ରାଉତ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଛାତ୍ରୀ ଶ୍ରୃତି ସୁଧା , ରେଶ୍ମା ରାଣୀ ଏବଂ ସଂନ୍ଧ୍ୟା ରାଣୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ କର ବାର୍ଷିକ ବିବରଣୀ ପଠନ କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର ପୁରସ୍କାର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଭାଗ୍ୟଶାଳୀ ବିଜେତା ଅଭିଭାବକ ଓ ଅଭିଭାବିକା ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଅନୁଷ୍ଠାନର ଶିକ୍ଷୟିତ୍ରୀ ରଶ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l
ରାଜ୍ୟ
ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ ରେ ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳିତ
- Hits: 333











