କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆୟର ଏକ ଭ୍ରାମ୍ୟମାଣ ସାଧନ କେନ୍ଦ୍ର ରଥର ଶୁଭାରମ୍ଭ କରିଛନ୍ତି | ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି |କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଟି ବ୍ଲକ୍ ଯଥାକ୍ରମେ ରାଜନଗର ଓ ମହାକାଳପଡ଼ାରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ନିଆଯାଇଛି ।
ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଖାଦ୍ୟ ଓ କୃଷି ସଂଗଠନ ଓ ଅନ୍ତର୍ଜାତୀୟ ପ୍ରବାସ ସଂଗଠନର ସହାୟତାରେ ଏହି ପାଇଲଟ ପ୍ରୋଜେକ୍ଟ ହାତକୁ ନିଆ ଯାଇଛି |ଏହି ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ରଥ ଗାଁ ଗାଁ ବୁଲି ଲୋକଙ୍କୁ ସୁରକ୍ଷିତ ପ୍ରବାସ ଓ ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ବିଷୟରେ ସଚେତନତା କରିବ । ମହିଳା,ଯୁବବର୍ଗ,ଫେରନ୍ତା ପ୍ରବାସୀଙ୍କ ପାଇଁ ବିଭିନ୍ନ ଜୀବିକା ବିକାଶ କାର୍ଯ୍ୟକ୍ରମ,ନିଯୁକ୍ତି ସଂଯୋଜନ ପଦକ୍ଷେପମାନ ଏହି ସାଧନ କେନ୍ଦ୍ର ଦ୍ବାରା କରାଯିବ ।ଏହା ସହ ନିଶୁଳ୍କ ପ୍ରବାସୀ ହେଲ୍ମ ଲାଇନ୍ ନମ୍ବର (୧୮୦୦-୩୪୫-୭୮୮୫) ଜାରି କରାଯାଇଛି ।ଏହି ମୋବାଇଲ ପ୍ରବାସୀ ସାଧନ କେନ୍ଦ୍ର ଓ ଜିଲ୍ଲା ପ୍ରବାସୀ ସାଧନ କେନ୍ଦ୍ରକୁ ଏଡ୍ ଏଟ ଆକ୍ସନ ଦ୍ଵାରା ଜିଲ୍ଲାରେ ପରିଚାଳିତ କରାଯାଉଛି । ସାଧନ କେନ୍ଦ୍ରଟି ଜିଲ୍ଲା କୃଷି କର୍ଯ୍ୟାଳୟରେ ଅବସ୍ଥିତ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷି ଅଧିକାରୀ ,ଏଡଏଟ୍ ଏକ୍ସନର ପୋଗ୍ରାମ ମ୍ୟାନେଜର ଜ୍ୟୋତି ପ୍ରକାଶ ବ୍ରହ୍ମା, ଅନ୍ତର୍ଜାତୀୟ ପ୍ରବାସ ସଂଗଠନର ରାଜ୍ୟ ପରମର୍ଶଦାତା ନବନିତା ଦାସ, FAO ର ଋତୁମ୍ବରା, ଅତିରିକ୍ତ ଶ୍ରମ ଅଧିକାରୀ, ଓରମାସ ଡେପୁଟି ସିଇଓ , ପ୍ରବାସୀ ସାଧନ କେନ୍ଦ୍ରର ସଂଯୋଜକ ସସ୍ମିତା ଦାସ, ନେଚର କ୍ଲବ ରୁ ବିରୋଜା ପତି ପ୍ରମୁଖ ଉପସ୍ଥିତ ରହିଥିଲେ ।
ରାଜ୍ୟ
ପ୍ରବାସୀ ଶ୍ରମିକଙ୍କୁ ସଚେତନ କରିବ ଭ୍ରାମ୍ୟମାଣ ରଥ ,ଜିଲ୍ଲାର 2 ବ୍ଲକ୍ ଚିହ୍ନଟ
- Hits: 4











