ହେଡଲାଇନସ୍:

ଉପାନ୍ତ ଅଞ୍ଚଳରେ ଓଡିଆ ଭାଷାକୁ ଅବହେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଗାଙ୍ଗପୁର,ତା୨୪ ୧୦(ବିଷ୍ଣୁ ଭୋମିକ):ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ପ୍ରତି ସରକାର ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏହି ଉପାନ୍ତ ଅଞ୍ଚଳରେ ଓଡିଆ ଭାଷାର ପ୍ରଚାର ପ୍ରସାର ଓ ବ୍ୟବ‌ହାର ହେଉନଥିବାରୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରାଜ୍ୟରେ କଂଗ୍ରେସ ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡ଼ିଆ ଭାଷାକୁ ଗୁରୁତ୍ବ ଦେଇ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବା ପାଇଁ ଘୋଷଣା କରିଥିବା ବେଳେ ତାହା ସୀମିତ ହୋଇ ରହିଯାଇଥିଲା। ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରଷ ବିଜେଡି ସରକାରରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେଇ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ପ୍ରଚଳନ କରିବା ପାଇଁ ଆଦେଶ ଦେଇ ଆସିଥିଲେ। ଓଡ଼ିଆ ଭାଷାରେ ସାଇନ ବୋର୍ଡରେ ଲେଖୁବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତାହା କିଛି ମାତ୍ରାରେ ହିଁ ସେହି ସମୟରେ କାର୍ଯ୍ୟକାରୀ କରାଯାଇଥିଲା। କିନ୍ତୁ କିଛିଦିନ ପରେ ଓଡ଼ିଶାରେ ସରକାର ବଦଳି ଯାଇଥିଲା । ପୁଣି ସ୍ବର୍ଗତ ଜାନକୀ ପଟ୍ଟନାୟକଙ୍କ ସରକାର ପୁଣି ସରକାର ଗଠନ କରିଥିଲେ । ଓଡିଶା ଭାଷା ପ୍ରଚଳନ ପ୍ରତି ତାଙ୍କ ପାଖରେ ସମୟର କାଳଚକ୍ରରେ ଏଥିପ୍ରତି ଗୁରୁତ୍ବ ଦିଆଯାଇନଥିଲା। ପୁଣି ବିଜୁ ଜନତା ଦଳ ଗଠନ କରି ସରକାରୀ ସ୍ତରରେ ପ୍ରଚଳନ ଦାବି ନବୀନ ବାବୁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ । ଆସନ ଅଳଙ୍କୃତ କରିଥିଲେ । ସେ ସମୟରେ ଓଡ଼ିଆ ଭାଷା ସରକାରୀ ସ୍ତରରେ ପ୍ରଚଳନ ପାଇଁ ପ୍ରାୟ ଘୋଷଣା କରୁଥିଲେ ମଧ୍ୟ କିଛି ପ୍ରଶାସନ କାର୍ଯ୍ୟକାରୀ କରିନ‌ଥିବା ଅଭିଯୋଗ ହୋଇ ଆସୁଥିଲା। ନବୀନ ବାବୁଙ୍କ ୨୪ ବର୍ଷ ଶାସନରେ ବହୁ ଥର ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ପ୍ରଚଳନ କରିବା ପାଇଁ ଘୋଷଣା କରାଯାଇଛି କିନ୍ତୁ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ପୁଣି ବିଜେପି ସରକାର ଗଠନ ହେବା ପରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସରକାରୀ ସ୍ତରରେ ଓଡିଶା ଭାଷା ପ୍ରତି ଦୃଷ୍ଟି ଦେବା ସହ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ ଦିନ ଧାର୍ଯ୍ୟ ଦେଇ ଓଡ଼ିଆ ଭାଷାରେ ଲେଖିବା ପାଇଁ ନୋଟିସ ଜାହିର କରିଛନ୍ତି । ରାଜଗାଙ୍ଗପୁର ହେଉଛି ଉପାନ୍ତ ଅଞ୍ଚଳ ଏହି ଅଞ୍ଚଳରେ ଛୋଟ ବଡ଼ କରି ବହୁତ କଳ କାରଖାନା ସ୍ଥାପନ କରିଛନ୍ତି। କିନ୍ତୁ କଣ୍ଟ୍ରାଟର ଅଧୀନରେ ରଖାଯାଇ ସରକାରଙ୍କ ନୀତିନିୟମକୁ ଜଳାଞ୍ଜଳି ଦେଇ ଶ୍ରମିକ ଶୋଷଣ କରାଯାଉଛି । କାରଖାନାରେ ଅଣ ଓଡ଼ିଆଙ୍କ ରାଜ ଜାହିର ରହିଛି ଯାହାଦ୍ବାରା ଅଫିସିଆଲ କାର୍ଯ୍ୟରେ ଓଡ଼ିଆଙ୍କ ସ୍ଥାନ ନାହିଁ । ରାଜଗାଙ୍ଗପୁର ଅଞ୍ଚଳରେ ବହୁ ଓଡ଼ିଆ ଅନୁଷ୍ଠାନ ଯଥା ଉତ୍କଳ ସମ୍ମିଳନୀ ନୀଳଚକ୍ର, ନୀଳସଇଳ, ଉତ୍କଳ ସେନା ରହିଛି। କିନ୍ତୁ ଉତ୍କଳ ଦିବସ ଦିନ ଓଡ଼ିଆ ଭାଷା ଓଡ଼ିଆ ବୀର ଗାଥା ଗାନ କରି ସନ୍ଧ୍ୟାରେ ଭାଷଣ ବାଜି କରି ଅଣଓଡ଼ିଆଙ୍କୁ ମୁଖ୍ୟ ଅତିଥି ଭାବେ ଡାକି ହିନ୍ଦୀ ଭାଷଣ ଶୁଣୁଛନ୍ତି। ସେହିଦିନ ଠାରୁ ବୀର ଓଡ଼ିଆଙ୍କ ସାହା ଭରସା ସାଜିଥିବା ଓଡ଼ିଆ ବୀରମାନେ ବ‌ହି ପୁସ୍ତକ ବାନ୍ଧି ଆସନ୍ତା ଉତ୍କଳ ଦିବସ ପର୍ଯ୍ୟନ୍ତ ଚାହିଁ ବସୁଛନ୍ତି। ଓଡ଼ିଶାର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ ଦାଶ, ମଧୁସୂଦନ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଭଞ୍ଜ ଦେବ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଖଣ୍ଡେ ପୁଷ୍ପମାଳ ଦେବାକୁ କାହାରି ପାଖରେ ସମୟ ନାହିଁ । କିଛି କାରଖାନା ଠାରୁ କାମ ହାସଲ କରିବାକୁ ଥିଲେ ଓଡ଼ିଆଙ୍କ ପାଇଁ କାରଖାନା କର୍ତ୍ତୃପକ୍ଷକୁ ଧମକ ଦେଇ ସେମାନଙ୍କ ସହ ଆଲୋଚନା ପରେ ଯାହା ହେବା କ‌ଥା ସେଥ୍‌ରେ ସୀମିତ ରହି ଯାଆନ୍ତି I ଏଠାରେ ଓଡ଼ିଆ ଲୋକମାନେ ରହିଥିଲେ ମଧ୍ୟ ଅଣ ରାଜ୍ୟରେ ଥିବା ପରି ମନେ ହେଉଛି। ତେବେ ଓଡ଼ିଆଙ୍କ ହକ କେବେ ସରକାର ଦେଉଛନ୍ତି ତାହା ଦେଖୁବାକୁ ବାକି ରହିଥିଲା।

0
0
0
s2sdefault