ମାଲକାନଗିରି, ୨୮/୯ : ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ କଟ୍ଟା ରାମଚନ୍ଦ୍ର ରେଡ୍ଡୀଙ୍କ ଶବକୁ ସୁରକ୍ଷିତ ରଖିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଜଷ୍ଟିସ୍ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍ ଏ.ଜି.ମସିହଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଏଭଳି କୌଣସି ଅଭିଯୋଗ ଆସିଲେ ଏହାର ଗୁଣ ଓ
ଦୋଷକୁ ନ ଦେଖି ତତ୍କ୍ଷଣାତ ତଦନ୍ତ କରାଯିବା ଉଚିତ। ଦଶହରା ସରିବା ପରେ ତେଲେଙ୍ଗାନା ହାଇକୋର୍ଟ ଏହାର ତୁରନ୍ତ ବିଚାର କରୁ। ମାମଲାର ବିଚାର ପରେ ଶେଷକୃତ୍ୟ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୨ରେ ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ପୁଲିସ ଏନ୍କାଉଣ୍ଟରରେ ମାଓନେତା ରାମଚନ୍ଦ୍ର ରେଡ୍ଡୀଙ୍କ ମୃତ୍ୟୁ ହୋଇଥିଲା। ରାମଚନ୍ଦ୍ରଙ୍କ ମୃତ୍ୟୁକୁ ନେଇ ପୁଅ ରାଜା ଚନ୍ଦ୍ରା ତେଲେଙ୍ଗାନା ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିଲେ । ତେବେ ଦଶହରା ଲାଗି ତେଲେଙ୍ଗାନା ହାଇକୋର୍ଟ ବନ୍ଦ ଥିବାରୁ ରାଜା ଚନ୍ଦ୍ରା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମୃତ ନକ୍ସଲ
ରାମଚନ୍ଦ୍ରଙ୍କ ପୁଅ ରାଜା ଚନ୍ଦ୍ରା ହାଇଦ୍ରାବାଦ ନଲ୍ଲ୍ସର ୟୁନିଭରସିଟି ଅଫ୍ ଲ ମହାବିଦ୍ୟାଳୟରେ ରେ କାର୍ଯ୍ୟରତ ଅଛନ୍ତି। ସେ ଅଭିଯୋଗ କରିଛନ୍ତି, ତାଙ୍କ ବାପାକୁ ପୁଲିସ ଧରିବା ପରେ ନିର୍ଯାତନା ଦେଇଛି ଏବଂ ଜଙ୍ଗଲକୁ ନେଇ ମିଥ୍ୟା ଏନ୍କାଉଣ୍ଟର୍ କରିଛି ପୁଲିସ ଏହି ମାମଲାକୁ ରଫାଦଫା କରିବା ସହ ତୁରନ୍ତ ଶବ ସତ୍କାର କରିବାକୁ ଚାହୁଁଥିଲା । ରାଜା ଚନ୍ଦ୍ରା ଏହି ଘଟଣାର ତଦନ୍ତ ସିବିଆଇ ଦ୍ବାରା କରାଯିବାକୁ ଦାବି କରିଛନ୍ତି। ତଦନ୍ତ ବେଳେ ଛତିଶଗଡ଼ ପୁଲିସକୁ ସାମିଲ ନ କରିବା ସହିତ ପୁନଃ ଶବ ବ୍ୟବଚ୍ଛେଦ କରିବା ପାଇଁ କୋର୍ଟକୁ ଅନୁରୋଧ କରିଛନ୍ତି । ମାମଲାର ତଦନ୍ତ ନ ସରିବା ପର୍ଯ୍ୟନ୍ତ ବାପାଙ୍କ ଶବକୁ ସୁରକ୍ଷିତ ରଖିବା ନିମନ୍ତେ ପିଟିସନ୍ରେ ଦର୍ଶାଇଛନ୍ତି । ଉଲ୍ଲେଖଯୋଗ୍ୟ ଆବୁଝମାଡ଼ ଜଙ୍ଗଲରେ ହୋଇଥିବା ଏନ୍କାଉଣ୍ଟର୍ରେ ମାଓ ସଂଗଠନର ଦୁଇ କେନ୍ଦ୍ରୀୟ କମିଟି ସଦସ୍ୟ କଟ୍ଟା ରାମଚନ୍ଦ୍ର ରେଡ୍ଡୀ ଓ କାଦରି ସତ୍ୟନାରାୟଣ ରେଡ୍ଡୀଙ୍କ ମୃତ୍ୟୁ ହୋଇଥିଲା। ମୃତ ରାମଚନ୍ଦ୍ରଙ୍କ ଉପରେ ୭ଟି ରାଜ୍ୟରେ ୭ କୋଟି ଟଙ୍କାର ପୁରସ୍କାର ରାଶି ରହିଛି। ସତ୍ୟନାରାୟଣଙ୍କ ଶବକୁ ପରିବାର ଲୋକ ନେଇ ଅନ୍ତିମ ସଂସ୍କାର କରି ଦେଇଛନ୍ତି। କିନ୍ତୁ ନିହତ ରାମଚନ୍ଦ୍ର ରେଡ୍ଡୀଙ୍କ ଶବ ହସ୍ପିଟାଲ୍ରେ ରହିଛି l ଶବ ବ୍ୟବଚ୍ଛେଦ ସମୟର ଭିଡିଓ ମଧ୍ୟ ଥିବା ରାଜା ଚନ୍ଦ୍ରା କୋର୍ଟକୁ କହିଛନ୍ତି।
ରାଜ୍ୟ
ମାଓନେତା ରାମଚନ୍ଦ୍ରଙ୍କ ଶବ ସୁରକ୍ଷିତ ରଖ
- Hits: 24











