ହେଡଲାଇନସ୍:

ଜାମିନରେ ଆସି ମାଡ଼ ମାରିବା ତଥା ଧମକ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମାଜରେ ଦିନକୁ ଦିନ ବଢୁଥିବା ଅପରାଧ ଏବେ ମୁଣ୍ଡ ବିନ୍ଧାର କାରଣ ହୋଇଛି। ତାହା ମଧ୍ୟରେ ଯଦି ଜଣେ ଜାମିନରେ ଆସି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରେ, ତେବେ ସମାଜରେ ସମସ୍ତଙ୍କର ବଞ୍ଚିବା ଏକ ପ୍ରକାର କାଠିକର ପାଠ ହୋଇପଡ଼େ। ସେହି କଥାକୁ ହୃଦୟଙ୍ଗମ କରି ଗଜପତି ଜିଲ୍ଲାର ମୋହନାର ବିଚାରପତି ଆଇନ କାନୁନ ବ୍ୟବସ୍ଥା ଉପରେ କିପରି ଜନସାଧାରଣଙ୍କର ଆସ୍ଥା ପୁଣି ଫେରିଆସିବ ସେ ନେଇ ନିଜ ରାୟରେ ଅଭିଯୁକ୍ତଙ୍କୁ ଭର୍ତ୍ସନ୍ନା କରିବା ସହ ଭବିଷ୍ୟତରେ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଅନିନ୍ଦିତା ଅନୁରାଗିନୀ ବେହେରାଙ୍କ ଅଭିଯୋଗ କ୍ରମେ ତା ୨୫-୦୯-୨୦୧୬ ସକାଳ ସମୟରେ ତାଙ୍କ ସରକାରୀ ବାସଭବନକୁ ଆସି ଅଭିଯୁକ୍ତ ଅଞ୍ଜନ କୁମାର ରଣା ତାଙ୍କୁ ଜୀବନରେ ମାରିବାକୁ ଧମକ ଦେବା ସହ ପୂର୍ବରୁ ତାଙ୍କ ବିରୁଦ୍ଧରେ କରିଥିବା ମାମଲାଟିକୁ ହଟାଇବା ଲାଗି ତାଙ୍କୁ କହିଥିଲେ ଓ ପରେ ତାଙ୍କୁ ମାଡ଼ ମାରିଥିଲେ। ପରେ ଅଭିଯୋଗକାରିଣୀଙ୍କ ମାଆ ଆସିବାରୁ ସେ ବର୍ତ୍ତି ଯାଇଥିଲେ ଓ ଆସାମୀ ତାଙ୍କୁ ଜୀବନରେ ମାରିବାକୁ ଧମକ ଦେଇ ପଳାଇଯାଇଥିଲେ। ପରେ ନିଜ ଜୀବନ ପ୍ରତି ବିପଦ ଥିବା ଜାଣି ଏତଲାକାରିଣୀ ମାମଲା ନମ୍ବର ୧୦୯ ରେ ଏକ ମାମଲା ସେ ସମୟରେ ମୋହନା ଥାନାରେ ରୁଜୁ କରିଥିଲେ ଓ ତତ୍କାଳୀନ ସବ ଇନ୍ସପେକ୍ଟର ବିପିନ ବିହାରୀ ପ୍ରହରାଜ ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ।
୭ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ମାନ୍ୟବର ଜେଏମ୍ଏଫସି ଶୁଭଜିତ ବେହେରା ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୩ ଅନୁଯାୟୀ ଭର୍ତ୍ସନା କରି ଏ ଭଳି କାର୍ଯ୍ୟରୁ ଭବିଷ୍ୟତରେ ନିବୃତ୍ତ ରହିବା ପାଇଁ କଡ଼ା ଚେତାବନୀ ଦେଇଛନ୍ତି। ଘଟଣାର ଗମ୍ଭୀରତାକୁ ନଜରରେ ରଖି ପ୍ରସିକ୍ୟୁସନ ବିଭାଗର ଉପନିର୍ଦେଶକ ଅଜିତ ପଟ୍ଟନାୟକ ଓ ସହ ନିର୍ଦ୍ଦେଶକ ଡ଼ି.ଅନୁପରାଜ ଆଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରଙ୍କ ପକ୍ଷରୁ ଏପିପି ଶ୍ରୀ ଏସ. ବୈଦ୍ୟନାଥ ସିଂ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।

0
0
0
s2sdefault