ଭୁବନେଶ୍ୱର,ତା.୨୭/୦୯: ପ୍ରଧାନମନ୍ତ୍ରୀ ଭାବେ ଦେଶର ଯେକୈାଣସି ରାଜ୍ୟକୁ ଯେତେବେଳେ ବି ଯାଇପାରିବେ । ଏଥି ପାଇଁ କାହାର ଅନୁମତି ନେବା ଆବଶ୍ୟକ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ପ୍ରଶ୍ନ ପଚାରି କଂଗ୍ରେସ ଦଳ ଆଜି ର୍ନିବୋଧତାର ପରିଚୟ ଦେଇଛି । ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବାବଦରେ ଗାଳି ଦେବା, କଟାକ୍ଷ କରିବା, ନିଚା ଦେଖାଇବା କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କ ଅଭ୍ୟାସରେ ପରିଣତ ହୋଇସାରିଛି । ଆଜି ଓଡିଶା ଗସ୍ତରେ ଆସିଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିମ୍ନ ସ୍ତରର ବକ୍ତବ୍ୟ ଦେଇ କଂଗ୍ରେସ ନିଜ ଚିରାଚରିତ କୁଅଭ୍ୟାସକୁ ଦୋହରାଇଛି । କଥାରେ ଅଛି, “କୋଇଲାକୁ ଯେତେ ଥର ଧୋଇଲେ ବି ରଙ୍ଗ ବଦଳିବ ନାହିଁ” । ସମାନ ଭାବେ ଯେତେ ପରାମର୍ଶ ଦେଲେ ବି କଂଗ୍ରେସ ଦଳର ଚରିତ୍ର ଓ ସ୍ୱାଭବ ବଦଳିବ ନାହିଁ । କଂଗ୍ରେସ ଭଳି ରାଷ୍ଟ୍ରୀୟ ଦଳର ନେତାମାନେ ଜଣେ ମହିଳା ସାଂସଦଙ୍କ ଚରିତ୍ର ସଂହାର କରି ବକ୍ତବ୍ୟ ଦେବା ସଭ୍ୟ ସମାଜରେ ଆଦୈା ଗ୍ରହଣୀୟ ନୁହେଁ । ଶାଳିନତା ଉଲ୍ଲଂଘନ କରି ଅସଭ୍ୟ ଟିପ୍ପଣୀ ଦେବା କଂଗ୍ରେସର ଚିରାଚରିତ ସ୍ୱଭାବ । କଂଗ୍ରେସ ମୁଖପାତ୍ରଙ୍କ ଆଜିର ବକ୍ତବ୍ୟ ନିଜର ବ୍ୟକ୍ତିଗତ ନା ଦଳୀୟ, ତାହା ସ୍ପଷ୍ଟ କରିବା ଉଚିତ୍ । ଆଜିର ଏଭଳି ହୀନ ବକ୍ତବ୍ୟ ପାଇଁ ଓଡିଶା ତଥା ଭାରତବାସୀ ଆଦୈା କ୍ଷମା ଦେବେ ନାହିଁ । ଏଭଳି ଅସଭ୍ୟ ଓ ଆଶାଳୀନ ଆଚରଣ ଓ ଉଚାରଣରୁ କଂଗ୍ରେସ ଦଳ ନିବୃତ ରହିବା ଉଚିତ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଡା.ବିଶ୍ୱାଳ ସୁଚନା ଦେଇ କହିଛନ୍ତି ଯେ, ନିକଟ ଅତୀତରେ କଂଗ୍ରେସ ଦଳର କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ଉଦ୍ଦେଶ୍ୟରେ ଅଭଦ୍ର ଗାଳିର ବ୍ୟବହାର କରିଥିଲେ । ଯାହାକୁ ଦେଶବାସୀ ତୀବ୍ର ବିରୋଧ କରିବା ସହ ସମାଲୋଚନା କରିଥିଲେ । ତଥାପି କଂଗ୍ରେସ ଦଳର ନେତାମାନେ ସୁଧୁରିଲେ ନାହିଁ ।
ଦଶନ୍ଧି ଦଶନ୍ଧି ଧରି ଓଡିଶାର ବିକାଶକୁ ଠପ୍ କରିଦେଇଥିବା କଂଗ୍ରେସ ଦଳର ନେତାମାନେ ବର୍ତମାନ ଓଡିଶାରେ ଥିବା ଡବଲ ଇଂଜିନ ସରକାରର ବିକାଶମୁଳକ କାର୍ଯ୍ୟକୁ ସହ୍ୟ କରିପାରୁନାହିଁ । ବିକାଶକୁ ପ୍ରାଧାନ୍ୟ ଦେଇ ସମସ୍ତ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି । ପୂର୍ବ ସରକାର ତୁଳନାରେ ଓଡିଶାକୁ ବର୍ତମାନ କେନ୍ଦ୍ର ସରକାର ବିପୁଳ ଅର୍ଥ ପ୍ରଦାନ କରୁଛନ୍ତି । ଶିଳ୍ପ ସହିତ ଅନେକ ଯୁଗାନ୍ତକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ହେଉଛି । ଜିଡିପି ବଢୁଛି, ଅର୍ଥନୀତି ସୁଦୃଢ ହେଉଛି । ଓଡିଶା ଆଜି ବିକାଶର ଧାରାରେ ସାମିଲ ହୋଇଛି । ଯାହା, କଂଗ୍ରେସ ଦଳ ହଜମ କରିପାରୁନାହିଁ । କଂଗ୍ରେସ ଦଳର ଈଷ୍ୱର୍ାପରାୟଣ ଆଭିମୁଖ୍ୟ ଚରମ ସୀମାରେ ପଂହଚିଛି । ବାସ୍ତବରେ ଓଡିଶାର ବିକାଶକୁ ସହଜରେ ଗ୍ରହଣ କରିପାରୁନାହିଁ । ଶେଷରେ ଅଭଦ୍ର ଆଚରଣ ଓ ଉଚ୍ଚାରଣକୁ ଅସ୍ତ୍ର କରିଛି କଂଗ୍ରେସ ଦଳ ଏବଂ ଏହା ଜାରୀ ରହିଲେ କଂଗ୍ରେସ ଦଳର ଅସ୍ତିତ୍ୱ ରହିବ ନାହିଁ । କୌାଣସି ବିବୃତି ଦେବା ପୂର୍ବରୁ କଂଗ୍ରେସ ମୁଖପାତ୍ର ନିଜ ଚେହେରା ଦେଖିବା ଉଚିତ ବୋଲି ଡା.ବିଶ୍ୱାଳ କହିଛନ୍ତି ।
ସବୁ ରାଜ୍ୟକୁ ପ୍ରଧାନମନ୍ତ୍ରୀ ବାରମ୍ବାର ଗସ୍ତ କରୁଛନ୍ତି, ଓଡିଶା ଆସିବା ମଧ୍ୟ ସ୍ୱାଭାବିକ । ସାମୁହିକ ଓ ସନ୍ତୁଳିତ ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଥିବା ମୋଦି ସରକାର ସବୁବେଳେ ଭିତିଭୁମି ବିକାଶ, ସୁଦୃଢ ଗମନାଗମନକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ଗତ ୧୧ ବର୍ଷ ଶାସନରେ ଦେଶରେ ସଡକ, ରେଳ, ଜଳପଥର ଦୃତଗତିରେ ବିକାଶ ହୋଇଛି । ଆଜି ଓଡିଶା ଆଗମନ ଅବସରରେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁରରୁ ସୁରଟକୁ ନୂତନ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି, ଯାହାକି ସ୍ୱାଗତଯୋଗ୍ୟ ପଦକ୍ଷେପ । । ଏହା ଦ୍ୱାରା ସୁଦୁର ସୁରଟରେ ବସବାସ କରୁଥିବା ଦକ୍ଷିଣ ଓଡିଶାବାସୀଙ୍କ ଯାତାୟତରେ ସୁବିଧା ହେବ । ଦୁଇ ରାଜ୍ୟ ମଧ୍ୟରେ ଯାତାୟତ ସୁଦୃଢ ହେବ । ଏଭଳି ସ୍ଥିତିରେ କଂଗ୍ରେସର ବୟାନବାଜୀ ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ନିନ୍ଦନୀୟ ଏବଂ ଅସୁୟ୍ୟା ମନୋଭାବର ସ୍ପଷ୍ଟ ପ୍ରମାଣ ବୋଲି ଡା.ବିଶ୍ୱାଳ କହିଛନ୍ତି ।
ରାଜ୍ୟ
ଶାଳିନତା ଉଲ୍ଲଂଘନ କରି ଅସଭ୍ୟ ଟିପ୍ପଣୀ ଦେବା କଂଗ୍ରେସର ଚିରାଚରିତ ସ୍ୱଭାବ : ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ
- Hits: 301











