ବାରିପଦା :- ତା:- ୨୭/୦୯/୨୦୨୫ ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାରିପଦା କଳାକାର ପରିବାର ସଙ୍ଘ ତରଫରୁ ୩୮ତମ ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ ହୋଇଯାଇଛି I ଓଡିଶା ନାଟ୍ୟ ସଙ୍ଘର ଉତ୍ତର ଓଡିଶା ଜୋନର ଉପସଭାପତି ରତିକାନ୍ତ ବେହେରାଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା I ଏଥିରେ ଓ଼ମଂ ନାଟ୍ୟ ସଂସ୍ଥାର ପ୍ରତିଷ୍ଠାତା ତଥା ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଧୀର ବସା ଅତିଥି ଭାବେ ଯୋଗ ଦେଇ ମଞ୍ଚ ନାଟକ ପ୍ରତି ନାଟ୍ୟ ସଙ୍ଘର ଭୂମିକାକୁ ବେଶ ପ୍ରଶଂସା କରିଥିଲେ I ଶ୍ରୀ ବେହେରା ଓଡିଶା ନାଟ୍ୟ ସଙ୍ଘ ଦ୍ୱାରା ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରରେ ସୂଚନା ଦେଇଥିଲେ I ନୁପୁର ନାଟ୍ୟ ସଂସ୍ଥାର ମୁଖ୍ୟ ତଥା ବରିଷ୍ଠ ନିର୍ଦ୍ଦେଶକ ଓ ନାଟ୍ୟକାର ଡ଼ କୁମରମଣି ନାୟକ ନାଟକ ପ୍ରତି ନିଷ୍ଠାବାନ ହେବା ପାଇଁ ଯୁବ କଳାକାରଙ୍କୁ ଆହ୍ୱାନ ଦେଇଥିଲେ I ବାରିପଦା କଳାକାର ପରିବାର ଖୁବ ଶୀଘ୍ର ଓଡିଶା ନାଟ୍ୟ ସଂଘର ସଦସ୍ୟତା ପାଇବାକୁ ଯାଉଛି ବୋଲି ଶ୍ରୀ ବଶା ପ୍ରକାଶ କରିଥିଲେ I ସଂଯୋଜକ ବ୍ରିଜେନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ବାରିପଦା କଳାକାର ପରିବାର ଏକ ସାଧାରଣ ପରିଷଦ ବୈଠକ ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି I ଉପସଭାପତି ଅନଦା ଶଙ୍କର ଦାଶ ଓ ପ୍ରକାଶ ଚନ୍ଦ୍ର ଦାଶ ତଥା ପୂର୍ବତନ ସଭାପତି ଧୀର ବଶା ଓ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଚିନ୍ମୟ ଦାସ ପଟ୍ଟନାୟକ ଓ କ୍ଷୀରୋଦ ବିହାରୀ ସିଟ ନିଜର ମତ ଉପସ୍ଥାପନ କରିଥିଲେ I ସମ୍ପାଦକ ଅସିତ କୁମର ଗିରି ବାରିପଦାରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ସଫଳ ଆୟୋଜନ ପାଇଁ ଚିନ୍ମୟ ଦାସ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଥିଲେ I ଆଗାମୀ ବର୍ଷ ବାରିପଦା କଳାକାର ପରିବାର ଦ୍ୱାରା ଏକ ରାଜ୍ୟସ୍ତରୀୟ ନାଟକ ଉତ୍ସବ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ I ନାଟ୍ୟ ସଙ୍ଘ ପାଳନ ଅବସରରେ ନିକଟ ଅତୀତରେ ରାଜ୍ୟ ସ୍ତରରେ ସମ୍ମାନିତ ହୋଇଥିବା ଧୀର ବଶା, ଡ଼ କୁମର ମଣି ନାୟକ ଓ ଚିନ୍ମୟ ଦାସ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ସେହିପରି ଜାତୀୟ ନାଟ୍ୟ ମହୋତ୍ସବରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସ୍ମୃତି ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରତିଭା ମାନଙ୍କ ମଧ୍ୟରୁ ସନ୍ତୋଷ ମହାନ୍ତି, ରତିକାନ୍ତ ବେହେରା, ପ୍ରୟାଶ ଶତପଥି, ସତ୍ୟନାରାୟଣ ଦାସ, ବ୍ରିଜେନ୍ଦ୍ର ରାଉତ, କୁନ୍ଦନଲାଲ ଭଞ୍ଜ ଓ ମହେଶ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ପଟ୍ଟନାୟକ, ଜଗଦିଶ ଚନ୍ଦ୍ର ଦାସ, ସମରେନ୍ଦ୍ର ବଶା ଉପସ୍ଥିତ ରହି ନିଜର ମତ ବ୍ୟକ୍ତ କରିଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ସଦସ୍ୟ ସୋମନାଥ ସିଂହ ସଂଚାଳନ କରିଥିବା ବେଳେ ସହ ସମ୍ପାଦକ ଜ୍ଞାନରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I
ରାଜ୍ୟ
ବାରିପଦା କଳାକାର ତରଫରୁ ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ
- Hits: 72











