କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ମହାକାଳପଡ଼ା ଥାନା ଅଞ୍ଚଳର ଜଣେ ପଲିଟେକ୍ନିକ ଛାତ୍ରୀ ହଠାତ୍ ଗାୟବ ହୋଇ ଯିବାକୁ ନେଇ ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଚାଲିଛି । ସରକାରୀ ଛତା ପଲିଟେକ୍ନିକ କଲେଜରେ ପଢ଼ୁଥିବା ଏହି ଛାତ୍ରୀ କଲେଜ ହଷ୍ଟେଲରେ ରହୁଥିବା ବେଳେ ହଠାତ୍ ଅଦୃଶ୍ୟ ହୋଇଯିବାରେ ପରିବାର, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ପରିବାର ପକ୍ଷରୁ ଅଭିଯୋଗ ହେଉଛି, ଯେତେବେଳେ ଛାତ୍ରୀ ହଷ୍ଟେଲରେ ରହୁଥିଲେ, ସେଥିରେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ନଥିଲା । କଲେଜ ପକ୍ଷରୁ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ କୌଣସି ପ୍ରକାର ଗୁରୁତ୍ୱ ଦିଆ ଯାଇନଥିବାକୁ ସେମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ପରିବାର ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି । କଲେଜ ପ୍ରଶାସନଙ୍କ ଅବହେଳାକୁ ନେଇ ପ୍ରଶ୍ନ ଉଠିଛି ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ଯଦି ହଠାତ୍ ଗାୟବ ହୋଇଯାନ୍ତି, ତେବେ ପ୍ରିନ୍ସିପାଲ ଓ କଲେଜ କତ୍ତୃପକ୍ଷ କେଉଁଠି ଥିଲେ? କଲେଜର ସୁରକ୍ଷା ବ୍ୟବସ୍ଥା କାହିଁକି ଏତେ ଦୁର୍ବଳ? ଛାତ୍ରୀମାନଙ୍କ ଭବିଷ୍ୟତ୍ ସହିତ ଏପରି ଅବହେଳା କାହିଁକି ? ଘଟଣାକୁ ନେଇ କଲେଜର ଅନ୍ୟାନ୍ୟ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ମାନେ କତ୍ତୃପକ୍ଷଙ୍କୁ ଦାୟୀ କରି ତୀବ୍ର ଆକ୍ରୋଶ ପ୍ରକାଶ କରିଛନ୍ତି । ସେମାନଙ୍କ କହିବା କଥା ଆମର ପିଲାମାନେ ଯଦି କଲେଜରେ ପଢ଼ିବାକୁ ଆସିବା ପରେ ସୁରକ୍ଷିତ ନୁହେଁ, ତେବେ ସେହି କଲେଜ ପ୍ରଶାସନର ଦାୟିତ୍ୱ କ’ଣ?”
ଏହାକୁ ନେଇ ଏବେ ସମସ୍ତଙ୍କ ଏକମାତ୍ର ଦାବି କଲେଜ ପ୍ରିନ୍ସିପାଲ ଓ ଦାୟୀ କତ୍ତୃପକ୍ଷଙ୍କୁ ଦୃଢ଼ଭାବରେ ଜବାବଦେହୀ କରିବା ଆବଶ୍ୟକ ।
ପୋଲିସ ପକ୍ଷରୁ ଛାତ୍ରୀଙ୍କ ଖୋଜଖବର ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ରାଜ୍ୟ
ପଲିଟେକ୍ନିକ ଛାତ୍ରୀ ଗାୟବ! ପ୍ରିନ୍ସିପାଲ ଓ କର୍ତ୍ତୃପକ୍ଷଙ୍କ ଅବହେଳାରେ ଉଠିଲା ପ୍ରଶ୍ନ ।
- Hits: 43