ଜଗତସିଂହପୁର,ତା-୦୯. ୦୯. ୨୦୨୫/ସୁମନ୍ତ କୁମାର ଦାସ:ଜଗତସିଂହପୁର ଥାନା ଅଧିକାରୀ ମିତ୍ରଭାନୁ ଓଝାଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଥାନା ଇଟାପଡା ଛକ, ଜଗତସିଂହପୁର NH-55 ରାସ୍ତା ପହଞ୍ଚିଥିଲେ। ତେବେ ବିଶ୍ଵସ୍ଥ ସୂତ୍ରରୁ ସୂଚନା ପାଇ ଜଗତସିଂହପୁର ଥାନା ଅଧିକାରୀ ଅପରେସନ ପ୍ରହାର ଭିଯାନ ରେ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ଅଭିଯୁକ୍ତଙ୍କଠାରୁ 4 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଥିଲା। ଏହି ଘଟଣାରେ ଦୁଇ ଅଭିଯୁକ୍ତ (1) ପପୁ -ପବିତ୍ର ମହାନ୍ତି, ବୟସ -28 ପିତା-ନିରଞ୍ଜନ ମହାନ୍ତି, (2) ନିରଞ୍ଜନ ମହାନ୍ତି, ବୟସ 58, ପିତା - ସ୍ବର୍ଗତ ନାରାୟଣ ମହାନ୍ତି ଉଭୟ ଇଟାପଡା ଗ୍ରାମର ଅଧିବାସୀ ଅଟନ୍ତି, ତାଙ୍କ ନିକଟରେ 40 ଗ୍ରାମର ବ୍ରାଉନ ସୁଗାର ଓ ଗୋଟିଏ ମୋବାଇଲ ଜବତ କରିଥିବା ଜଣାପଡିଛି। ଏ ନେଇ ଜଗତସିଂହପୁର ଥାନାରେ pps case no- 288 dt- 8.9.2025 U/s- 294, 307, 323, 325, 341, 34, SC/ST(PoA) Act ଧାରାରେ ମାମଲା ରୁଜୁ ହୋଇଛି।
ଆଜି ମଙ୍ଗଳବାର -9.9.2025 ସନ୍ଧ୍ୟା ରେ ଜଗତସିଂହପୁର ଥାନାରେ ଏ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଏସଡିପିଓ , ଜଗତସିଂହପୁର ଥାନା ଅଧିକାରୀ ଙ୍କ ଉପସ୍ଥିତିରେ କୁଜଙ୍ଗ ଅଞ୍ଚଳରେ ଏଵେ ବ୍ରାଉନ ସୁଗାର ବ୍ୟବସାୟ ବୃଦ୍ଧି ପାଉଥିବା କହିବା ସହିତ ପୁଲିସ ଏହାର ମୁଳୋତ୍ପାଟନ କରିବାକୁ ଯୋଜନା କରାଯାଉଥିବା କହିଛନ୍ତି। ପୁଲିସ ଏବେ ସମଗ୍ର ଥାନା ଅଞ୍ଚଳରେ ଏ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ସେ କହିଛନ୍ତି।