ବେଲଗୁଣ୍ଠା--(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ରାଜନିତୀ ବିଜ୍ଞାନ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ସନ୍ତୋଷ କୁମାର ପାଣିଗ୍ରାହୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ରାଜନିତୀ ବିଜ୍ଞାନର ଅନ୍ୟତମ ଅଧ୍ୟାପକ ଡ଼. ପ୍ରଫୁଲ କୁମାର ଜେନା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥି ଭାବେ ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ,ଅଶୋକ କୁମାର ପ୍ରଧାନ, ଅଜୟ କୁମାର ବିଶ୍ୱାଳ, ସପନ କୁମାର ପ୍ରଧାନ, ଅଧ୍ୟାପିକା ପିଙ୍କି ପାତ୍ର ଓ କ୍ରୀଡ଼ା ଶିକ୍ଷକ ବିଶ୍ଵରଞ୍ଜନ ସ୍ୱାଇଁ ଯୋଗ ଦେଇଥିଲେ। ଅଧ୍ୟକ୍ଷ ଓ ବିଭାଗୀୟ ଅଧ୍ୟାପକ ଓ ମଞ୍ଚାସୀନ ଅତିଥି ମାନେ ବହୁ ମୂଲ୍ୟବୋଧ ବକ୍ତବ୍ୟ ପ୍ରଧାନ କରିଥିଲେ । ସୁଶ୍ରୀ କଲ୍ୟାଣୀ ଓ ସୁଶ୍ରୀ ପାର୍ବତୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ବହୁ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଶେଷରେ ଡ଼.ପ୍ରଫୁଲ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ର ସ୍ଵାଗତ ସମ୍ବର୍ଦ୍ଧନା
- Hits: 50