ହେଡଲାଇନସ୍:

ଅଯୋଧ୍ୟା -ବାରଣାସି ତୀର୍ଥଯାତ୍ରାରେ ବାହାରିଲେ କେନ୍ଦ୍ରାପଡ଼ାର ୧୦୮ ଜଣ ବରିଷ୍ଠ ନାଗରିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଆଜି ପ୍ରଥମ ପର୍ଯ୍ୟାୟରେ ଅଯୋଧ୍ୟା -ବାରଣାସୀ ଅଭିମୁଖେ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୧୦୮ ଜଣ ବରିଷ୍ଠ ନାଗରିକ ସମେତ ୪ ଜଣ ଏସକୋର୍ଟ ଅଫିସର ତୀର୍ଥଯାତ୍ରାରେ ବାହାରିଛନ୍ତି | ଆଳି ବ୍ଲକରୁ ଜଣେ, ଗରଦପୁର ଏବଂ ପଟ୍ଟାମୁଣ୍ଡାଇ ବ୍ଲକରୁ ୩ ଜଣ ଲେଖାଏ,ରାଜନଗରରୁ ୪ ଜଣ, ରାଜକନିକାରୁ ୫ ଜଣ, ଡେରାବିଶରୁ ୧୭ ଜଣ, ମାର୍ଶାଘାଇରୁ ୧୮ ଜଣ, ମହାକାଳପଡ଼ାରୁ ୨୦ ଜଣ ଏବଂ କେନ୍ଦ୍ରାପଡ଼ାରୁ ୩୭ ଜଣ ଯାତ୍ରା କରିଛନ୍ତି | ସେଥିମଧ୍ୟରୁ ୬୬ ଜଣ ପୁରୁଷ ଏବଂ ୪୨ ଜଣ ମହିଳା ଅଛନ୍ତି | ସମସ୍ତ ବରିଷ୍ଠ ନାଗରିକଙ୍କ ଆଜି ସକାଳେ ପଞ୍ଜିକରଣ ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା | ପରେ ଅପରାହ୍ନରେ ତିନୋଟି ସ୍ଵତନ୍ତ୍ର ବସ ଯୋଗେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଛନ୍ତି | ଜିଲ୍ଲାପାଳ ରଘୁରାମ ଆର ଆୟାର ପତାକା ଦେଖାଇ ଯାତ୍ରର ଶୁଭାରମ୍ଭ କରିଛନ୍ତି | ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଜିଲ୍ଲା ସଂସ୍କୃତି ତଥା ପର୍ଯ୍ୟଟନ ଅଧିକାରୀ ତ୍ରିଭୁନ ଜୟସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ | ବରିଷ୍ଠ ନାଗରିକ ମାନେ ଆଜି ଭୁବନେଶ୍ୱରରେ ରହଣି କରିବେ ଏବଂ ଆସନ୍ତା କାଲି ୧୧ ଘଟିକାରେ ସ୍ୱତନ୍ତ୍ର ଟ୍ରେନଯୋଗ ଭୁବନେଶ୍ୱର ରେଳ ଷ୍ଟେସନରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଏହି ଯୋଜନାର ଶୁଭାରମ୍ଭ କରିବେ | ସୂଚନା ଯେ,କେନ୍ଦ୍ରାପଡ଼ା ସମେତ ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ଢେଙ୍କାନାଳ ଜିଲ୍ଲାର ମୋଟ ୭୭୫ ଜଣ ବରିଷ୍ଠ ନାଗରିକ ଏବଂ ୨୫ ଜଣ ଏସ୍କୋର୍ଟ ଅଫିସର ଯାତ୍ରା କରିବେ | ଆସନ୍ତା କାଲି ଅର୍ଥାତ ୧୦ ତାରିଖଠାରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ତୀର୍ଥଯାତ୍ରା ପରିଭ୍ରମଣ କରିବେ |

0
0
0
s2sdefault