ଯାଜପୁର ତା 08.25: ଓଡିଶା ସାହିତ୍ୟ ଏକାଡେମୀ ଏବଂ ବଉଳଫୁଲ ସାହିତ୍ୟ ସଂସଦ ମିଳିତ ସହଯୋଗରେ ଜାରକା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଠାଗାର ପରିସରରେ ସ୍ବନାମଧନ୍ୟ ଶିଶୁ ସାହିତ୍ୟ ସ୍ରଷ୍ଟା ସ୍ବର୍ଗତ ବୀର କିଶୋର ପାଢ଼ୀଙ୍କର ସ୍ମୃତି ସଭା ପାଳନ କରାଯାଇଥିଲା, କେନ୍ଦ୍ର ବାଲ ସାହିତ୍ୟ ପୁରସ୍କାର ବିଜେତା ରାଜ କିଶୋର ପାଢ଼ୀ ଙ୍କ ସଭାପତିତ୍ବ ରେ l ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ବିଜୟ କୁମାର ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ llସଂସଦର ଉପଦେଷ୍ଟା ତଥା ଗୋଧୂଳି ପତ୍ରିକାର ସଂପାଦିକା ବିମଳା ସିଂହ, ସମ୍ମାନୀତ ଅତିଥି ଡ଼ ରମାକାନ୍ତ ଜେନା, ମୁଖ୍ୟବକ୍ତା ଡ଼ ପ୍ରଶାନ୍ତ କୁମାର ସ୍ୱାଇଁ ଏବଂ ସମାନନୀୟ ବକ୍ତା ଭାବରେ ଡ଼ ବସନ୍ତ କିଶୋର ସାହୁ ଏହି କାର୍ଯ୍ୟକ୍ରମ ରେ ଯୋଗା ଦେଇ ଥିଲେ l ପ୍ରାରମ୍ଭରେ ବିଶ୍ୱରୁପା ପଣ୍ଡା ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ l ପରେ ପରେ ନିମନ୍ତ୍ରିତ ଅତିଥି ମାନେ ସ୍ବର୍ଗତ ବୀର କିଶୋର ପାଢ଼ୀଙ୍କର ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l କବି ପଦ୍ମଜା ଶରଣ ଅତିଥି ମାନଙ୍କୁ ମଞ୍ଚ ନିମନ୍ତ୍ରଣ କରିବା ସାହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଲ ଅତିଥି ମାନଙ୍କୁ ଉତ୍ତରୀୟ, ବ୍ୟାଚ ଓ ଫୁଲ ତୋଡ଼ା ଦିଆଯାଇ ସ୍ୱାଗତ କରାଯାଇଥିଲା l ସମ୍ପାଦିକା ବ୍ରଜେଶ୍ବରୀ ସିଂହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଅତିଥି ମାନେ ସ୍ବର୍ଗତ ପାଢ଼ୀ ଜଣେ ଭଦ୍ର, ଅମାୟିକ, ସରଳ ଓ ନିରାଡ଼ମ୍ବର ବ୍ୟକ୍ତି ଭାବେ ବର୍ଣ୍ଣନା କରିଥିଲେ l ଶିଶୁ ସାହିତ୍ୟ ପ୍ରତି ପାଢ଼ୀଙ୍କର ଅବଦାନ ବିଷୟରେ ଅତିଥିମାନେ ଆଲୋଚନା କରିଥିଲେ l ପୂଜ୍ୟ ପୂଜା ଆମ ସଂସ୍କୃତି ଓ ପରମ୍ପରାର ଅସ୍ମିତା l
ଏହିଭଳି ଜଣେ ସ୍ରଷ୍ଟାଙ୍କ ସ୍ମୃତି ସଭା ସମସ୍ତଙ୍କୁ ବିଭୋର କରିଥିଲା l ଡ଼ ବସନ୍ତ କିଶୋର ସାହୁ ତାଙ୍କ ରଚିତ କବିତାରୁ କିଛି ପଂକ୍ତି ଆବୃତ୍ତି କରିବା ତାଙ୍କ ଗୁଣାବଳୀ ବିଷୟରେ ବର୍ଣ୍ଣନା କରିଥିଲେ l ସ୍ବର୍ଗତ ପାଢ଼ୀଙ୍କ ବାଲ୍ୟ ଜୀବନ, ଚାକିରୀ ଜୀବନ, ସାରସ୍ୱତ ଜୀବନ ବିଷୟରେ ଅତିଥି ମାନେ ଆଲୋଚନା କରିଥିଲେ l ଏହି ଅବସରରେ ରାଜ୍ୟ ସ୍ତରୀୟ ଶିଶୁ କବିତା ପାଠ କରାଯାଇଥିଲା l ଏଥିରେ ସଭାପତିତ୍ବ କରିଥିଲେ କବି ସରୋଜିନୀ ପତି l କବିତା ଗୁଡିକ ସଂଯୋଜନା କରିଥିଲେ, କବି ଧରିତ୍ରୀ ଦାସ, ଜିତେନ୍ଦ୍ର ବେହେରା ଏବଂ ଗଣେଶ୍ୱର ବେହେରା l ଗୋବିନ୍ଦ ଚଦ୍ର ସାହୁ,ପ୍ରଫୁଲ୍ଲ କୁମଇ ସ୍ୱାଇଁ, ନୀଳିମା ମହାନ୍ତି, ଦୀନବନ୍ଧୁ କର, ଅଶୋକ ମହାନ୍ତି, ନବଘନ ନାୟକ,ସନ୍ଧ୍ୟା ରାଣୀ ମିଶ୍ର, ଅକ୍ଷୟ କୁମାର ଦାସ, ରତ୍ନାକର ନାୟଜ, ପ୍ରେମ ଲତା ମହାରଣା, ବ୍ରଜ କିଶୋର ଦାସ, ଦେବସ୍ମିତା ଘଡେଇ, ସରୋଜିନୀ ପଣ୍ଡା, ସୁନାକାର ସାହୁ, ରମାକାନ୍ତ ଜେନା ନଟବର ସେଠୀ, କୁନି କବି ଗାର୍ଗୀ ଦାସ ଇତ୍ୟାଦି 45 ରୁ ଉର୍ଦ୍ଧ କବି କବିତା ପାଠ କରିଥିଲେ l ଆଲୋଚନା ପର୍ବରେ ପ୍ରଭାତ ମଲ୍ଲିକ ଧନ୍ୟବାଦ ଦେଇଥିଲା ବେଳେ କବିତା ପାଠୋଶ୍ଚବରେ ଧନ୍ୟବାଦ ଦେଇଥିଲେ କବି ନବଘନ ସ୍ୱାଇଁ l ଶାଖା ଉତ୍କକ ସାହିତ୍ୟ ସମାଜର ସଭାପତି ରୁଦ୍ର. ନାରାୟଣ ପୃଷ୍ଟି , ରାଜୀବ ଷଢଙ୍ଗୀ, ଡ଼ ରବୀନ୍ଦ୍ର କୁମାର ବିହାରୀ ଓ ଉପସ୍ଥିତ ମାନଗଣ୍ୟ ବାକ୍ତି ଏହି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ l ଏହି ଅବସରରେ ସ୍ବର୍ଗତ ପାଢ଼ୀଙ୍କର ପୁତ୍ର ଓ ପରିବାର ଉପସ୍ଥିତ ଥିଲେ l
ରାଜ୍ୟ
ସ୍ୱନାମଧନ୍ୟ ଶିଶୁ ସାହିତ୍ୟ ସ୍ରଷ୍ଟା ସ୍ବର୍ଗତ ବୀର କିଶୋର ପାଢ଼ୀଙ୍କର ସ୍ମୃତି ସଭା ପାଳନ
- Hits: 20