ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଆପଲ୍ଲା ରାଜସ୍ବ ଗ୍ରାମ ରାଜ ପ୍ରତିଷ୍ଠିତ ବାବା ବାଲୁଙ୍କେଶ୍ୱର ମନ୍ଦିର ର ନୂତନ ଶିବଲିଙ୍ଗ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ଦୀର୍ଘ ବର୍ଷ ପରେ ପ୍ରଭୁ ଙ୍କ ଲିଙ୍ଗ ପାତାଳୀ ହୋଇ ଯାଇଥିଲେ | ପୁରୀ ମୁକ୍ତି ମଣ୍ଡପ ପଣ୍ତିତ ମାନଙ୍କ ପରାମର୍ଶ କ୍ରମେ ନୂତନ ଶିବଲିଙ୍ଗ ପ୍ରତିଷ୍ଠା ଅନୁଷ୍ଠିତ ହୋଇଛି। ତିନି ଦିନ ଧରି ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ବ୍ରାହ୍ମଣ ମାନଂକ ଦ୍ଵାରା ମନ୍ତ୍ର ବେଦ ପାଠ କରାଯାଇଥିଲା | ମହାନଦୀ ରୁ ଶତାଧିକ ବ୍ୟକ୍ତି କଳସ ଯାତ୍ରା ରେ କୁମ୍ଭ ଧରି ପାଟ ପଟୁଆର ରେ ଆସିଥିଲେ ବାବା ଙ୍କ ମନ୍ଦିର ପ୍ରାଙ୍ଗଣ କୁ । ଅସଂଖ୍ୟ ଲୋକଙ୍କୁ ଅନ୍ନ ଦାନ କରଯାଇଥିଲା ଗ୍ରାମବାସୀ ଙ୍କ ପକ୍ଷରୁ।
ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ବାଙ୍କୀ ରାଜା ତଥା ବଡମ୍ବା ରାଜା ,ବାଙ୍କୀ ରାଜାଙ୍କ ବିଧାର ତଥା ବାଙ୍କୀ ବ୍ଲକ ର ପୁର୍ବତନ ଅଧ୍ୟକ୍ଷ ଇଞ୍ଜିନିୟର ସତ୍ୟ ନାରାୟଣ ସାମନ୍ତ, ବାଙ୍କୀ ବିଧାୟକ ଦେବି ରଞ୍ଜନ ତ୍ରୀପାଠୀ, ବାଙ୍କୀ ର ପୂର୍ବତନ ବିଧାୟକ ଡ୍ ଦେବାଶିଷ ପଟ୍ଟନାୟକ , ବାରଙ୍ଗ ଜିଲ୍ଲା ପରିଷଦ ବାଙ୍କୀ ବିଜେପି ନେତା ତୁଷାର କାନ୍ତ ଚକ୍ରବର୍ତ୍ତି, ସାଂସଦ ପ୍ରତିନିଧି ସରୋଜ ମତ୍ତ ଗଜ ସିଂ, ଆଇନଜୀବୀ ଦେବାଶିଷ ମାନ ସିଂ, ବାଙ୍କୀ ବ୍ଲକ ର ପୁର୍ବତନ ଅଧ୍ୟକ୍ଷ କାହ୍ନୁ ସିଂ, ପୁର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି , ସ୍ମୁତି ରଞ୍ଜନ ଲେଙ୍କା, ବାଙ୍କୀ ର ପୁର୍ବତନ ବିଧାୟକ ସ୍ବର୍ଗତ ଅକ୍ଷୟ ପଟ୍ଟନାୟକ ଙ୍କ ସୁପୁତ୍ର ସମାଜସେବୀ ଅବିନାଶ ପଟ୍ଟନାୟକ, ପୁର୍ବତନ ବାଙ୍କୀ ମହାବିଦ୍ୟାଳୟ ର ସଭାପତି ସମାଜ ସେବୀ ଆକାଶ ପାଣି, ସ୍ଥାନୀୟ ଅଞ୍ଚଳ ର ଶତାଧିକ ଶିବ ଭକ୍ତ ଏବଂ ଗ୍ରାମବାସୀ, ସୁଚାରୁ ରୁପେ ପରିଚାଳନା କରିଥିଲେ | କିଆପଲ୍ଲା ବାବା ବାଲୁଙ୍କେଶ୍ୱର ଯୁବକ ସଂଘ ଗ୍ରାମବାସୀ ମାନଙ୍କ ସହାୟତାରେ ଶିବ ଭକ୍ତ ଦାତା ମାନଙ୍କ ଆର୍ଥିକ ସହାୟତାରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେଇଥିଲା |