ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟର୍ ଏବଂ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ବିଶ୍ବ ବୌଦ୍ଧିକ ସମ୍ପତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୁନେ ସ୍ଥିତ କଲେଜ ଅଫ ଇଂଜିନିୟରିଂ ବିଶ୍ଵବିଦ୍ୟାଳୟର ପ୍ରଫେସର୍ ଡ ସନ୍ଦୀପ ଏ ମେଶ୍ରମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମିଶନ ୫୧ ପେଟେଣ୍ଟ କୁ ପଞ୍ଜିକରଣ କିପରି ସଫଳତାର ସହ ଲକ୍ଷ୍ୟ ସାଧନା କରାଯାଇପାରିବ ସେ ନେଇ ଉତ୍ସାହିତ କରିଥିଲେ।ସମ୍ମାନୀୟ ଅତିଥି ଭାବେ ପେଟେଣ୍ଟ ବିଶେଷଜ୍ଞ ଭାବେ ପୁନେ ସ୍ଥିତ ସିମ୍ବାଓସିସ ଅନୁଷ୍ଠାନର ପ୍ରଫେସର ନୀତିନ ଖେଡକର ନୂତନ ଉଦ୍ଭାବନ ଏବଂ ସ୍ୱଚ୍ଛତା ବିଷୟ ରେ ଆଲୋକପାତ କରିଥିଲେ। ବିଶ୍ବବିଦ୍ୟାଳୟ ର ପ୍ରୋ ଚାନ୍ସେଲର ଡ ଲଲିତ ମୋହନ ପଟ୍ଟନାୟକ ଆଭାସି ମଧ୍ୟମରେ ଯୋଗ ଦେଇ ବିଶ୍ବ ବୌଦ୍ଧିକ ସମ୍ପତି ବିଷୟରେ କହିଥିଲେ।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ଭାରତୀୟ ପେଟେଣ୍ଟର ସଫଳତା ବିଷୟ ରେ କହିବା ସହ ଯୁବ ଶିକ୍ଷକ ମଣ୍ଡଳୀ ଏଥି ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପେଟେଣ୍ଟ ବିଶେଷଜ୍ଞ ଭାବେ ନୁଆଦିଲ୍ଲୀ ସ୍ଥିତ ପି ଏ ଲିଗଲ ପ୍ରତିଷ୍ଠାନ ପ୍ରତିଷ୍ଠାତା ପ୍ରିଜ୍ଞା ଆରୋର, ଫାଷ୍ଟ ପେଟ ଆଇ ପି କନସଲ୍ଟିଂ ସର୍ଭିସେସ ର ପ୍ରତିଷ୍ଠାତା ଆଶୁତୋଷ ନନ୍ଦ, ଭୁବନେଶ୍ୱର ସ୍ଥିତ ୟୁ ଏନ ୱିପୋ ଟିସ୍କ - ଆଇ ପି ଏସ ସି ର ମୁଖ୍ୟ ଡ ସଚ୍ଚିକାନ୍ତ କର ଏବଂ ଭୁବନେଶ୍ବର ସ୍ଥିତ ସି ଏସ ଆଇ ଆର - ଆଇ ଏମ ଏମ ଟି ର ମୁଖ୍ୟ ଵୈଜ୍ଞାନିକ ଡ. ଟି ପବନ କୁମାର ପ୍ରମୂଖ ଆଭାଷି ମାଧ୍ୟମରେ ଯୋଗଦେଇ ଅର୍ଟିଫିସିଆ ଇଣ୍ଟେଲିଜେନ୍ସ ଏବଂ ପେଟେଣ୍ଟ ର ମିଳିତ ସହଯୋଗରେ କିପରି ଆଗକୁ ବଢିବା ଏବଂ ନିଜର ନୂତନି କରଣ କୁ କିପରି ସିକୃତୀ ସହ ନିରାପତ୍ତା ବିଷୟରେ କହିଥିଲେ। ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଡିନ ଡ ଡୁଲୁ ପଟ୍ଟନାୟକ, ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ବିଶ୍ୱବିଦ୍ୟାଳୟର ୫୧ ଜଣ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଏହି ପେଟେଣ୍ଟ କାର୍ଯ୍ୟ ପାଇ ସମ୍ନାନିତ କରଯାଇଥିଲା। ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ବହୁଳ ଭାବେ ଏହି ପେଟେଣ୍ଟ କୁ ପ୍ରକାଶିତ କରିବା ପାଇଁ ଏହି ଦିବସ ଅବସରରେ ଉତ୍ସାହିତ କରିଥିଲେ।ଏଥିରେ ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟର୍ ମୂଖ୍ୟ ରବୀନ୍ଦ୍ର ଯାଦବ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଡ ରାଧାନାଥ ପାତ୍ର ଧନ୍ୟବାଦ ଅର୍ପଣ କରଥିଲେ।ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଫୁର୍ତ୍ତି ଫିଯା ମଞ୍ଚ ପରିଚାଳନା କରିଥିବା ବେଳେ ଆବାହକ ଅଧ୍ୟାପକ ଡ ଶଶାଙ୍କ ଶେଖର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।