ହେଡଲାଇନସ୍:

"ଜୀବନକୁ ଭଲ ପାଅ, ମୃତ୍ୟୁକୁ ସାମ୍ନା କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୁଅ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ଭବ ସହ ପ୍ରତିଷ୍ଠାତା ରାମକୃଷ୍ଣଙ୍କ ସମ୍ଭବ ପରିସରରେ ସ୍ମୃତି ଚାରଣ ସଭା

ଓଡ଼ଗାଁ, ୨୬।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋହିବାଙ୍କ ଠାରେ ପ୍ରତିଷ୍ଠିତ ସମ୍ଭବ ସ୍ବେଛାସେବୀ ଅନୁଷ୍ଠାନର ସହ ପ୍ରତିଷ୍ଠାତା ରାମକୃଷ୍ଣଙ୍କ ସ୍ମୃତି ଚାରଣ ସଭା ସମ୍ଭବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜୀବନକୁ ଭଲ ପାଅ, ମୃତ୍ୟୁ ହେଉଛି ଏକ ସାମାଜିକ ପ୍ରକ୍ରିୟା, ମୃତ୍ୟୁକୁ ସାମ୍ନା କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୁଅ। ମୃତ୍ୟୁ ପୂର୍ବରୁ ନିଜର ଶେଷ ଇଛା ପୂରଣ ପାଇଁ ଚେଷ୍ଟାକର କିମ୍ବା ଅନ୍ୟ ଆତ୍ମୀୟ ସ୍ବଜନଙ୍କ ସହଯୋଗରେ ଇଚ୍ଛା ପୂର୍ଣ୍ଣ କର। ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ମାନଙ୍କର ମୃତ୍ୟୁର ନିର୍ଘଣ୍ଟ ସ୍ଥିରୀକୃତ ହେବା ପରେ ସେମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସହାୟତାରେ ଆଉ କିଛି କ୍ଷଣ ବଞ୍ଚାଇ ରଖିବା ପାଇଁଁ ଯନ୍ତ୍ରଣା ଦାୟକ ମୃତ୍ୟୁ ଅପେକ୍ଷା ଯନ୍ତ୍ରଣା ମୁକ୍ତ ମୃତ୍ୟୁକୁ ସ୍ବୀକାର କରିବା ପାଇଁ ବନ୍ଧୁ ବର୍ଗ ସହଯୋଗ ପାଇଁ ଆଗେଇ ଆସିବା ଦରକାର ବୋଲି ରୋହିବାଙ୍କ ସମ୍ଭବ ସ୍ବେଚ୍ଛାସେବୀ ଅନୁଷ୍ଠାନର ସହ ପ୍ରତିଷ୍ଠାତା ରାମକୃଷ୍ଣଙ୍କ ସ୍ମୃତି ଚାରଣ ସଭାରେ ଅମୃତ ଧାରା ପାଲ୍ଲିଏଟିଭ୍ କେୟାର ଟ୍ରଷ୍ଟ ଡା.ମାମି ପରିଜା ଯୋଗଦେଇ ଶତାଧିକ ଅଂଶଗ୍ରହଣ କାରିଙ୍କୁ ବୁଝାଇଥିଲେ । ଆପଣଙ୍କ କର୍ମ ହିଁ ଆପଣଙ୍କୁ ସବୁବେଳେ ଜୀବିତ କରି ରଖିବ ବୋଲି ସମ୍ଭବର ମୁଖ୍ୟ ପରିଚାଳିକା ପଦ୍ମଶ୍ରୀ ସାବରମତୀ ରାମକୃଷ୍ଣଙ୍କ ଉଦ୍ଦେଶ୍ୟରେ କହିଥିଲେ । ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ରୁ ବିଶ୍ବନାଥ ମହାପାତ୍ର, ଦାମ ସାର୍, ଶ୍ରୀଧର ପ୍ରଧାନ, ଅବସରପ୍ରାପ୍ତ ବନ ସଂରକ୍ଷକ ସୁରେଶ ଚନ୍ଦ୍ର ହୋତା, ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଅଧିବାସ ପଣ୍ଡା, ନିତ୍ୟାନନ୍ଦ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡାଙ୍କ ସମେତ ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କର ପ୍ରତିନିଧି ମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପରିବେଶ ପ୍ରେମୀ ଅବସରପ୍ରାପ୍ତ ଶିକ୍ଷକ ତଥା ସମ୍ଭବ ଅନୁଷ୍ଠାନର ଅନ୍ୟତମ ସହ ପ୍ରତିଷ୍ଠାତା ରାମକୃଷ୍ଣଙ୍କ ସ୍ମୃତି ଚାରଣ କରିଥିଲେ । କାର୍ଯ୍ୟ କ୍ରମରେ ପ୍ରାରମ୍ଭରେ ପହଲଗାଁଓ ଠାରେ ମୃତ୍ୟୁ ବରଣ କରିଥିବା ୨୭ ଜଣ ପର୍ଯ୍ୟଟକଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ।

0
0
0
s2sdefault