ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଇଙ୍ଗିନାଠୀ ପଂଚାୟତ ଅନ୍ତର୍ଗତ ଉସ୍ତପଲ୍ଲୀ ଗ୍ରାମରେ ଶ୍ୟାମ ସୁନ୍ଦର ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଆଠଗଡ଼ ପାଟଣା ମହନ୍ତଙ୍କ ପୌରୋହିତ୍ୟରେ ଆଜି ଅଙ୍କୁରାରୋପଣ,ଶାଲା ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ବେଳେ ଏହି ଅବସରରେ ସୋମବାର ଠାରୁ ଗ୍ରାମରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତ ଯଜ୍ଞ ଏବଂ ଅନ୍ନ ଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି I ମାଧବରୀଡା ମଠ ମହନ୍ତଙ୍କ ପୌରୋହିତ୍ୟରେ ଏହି ଅଖଣ୍ଡ ନାମଯଜ୍ଞରେ ଉସ୍ତପଲ୍ଲୀ ସମେତ ଜାମ ପଲ୍ଲୀ, ଭୂଷଣ୍ଡପାଳ,ଗୁଡ଼ି ପଲ୍ଲୀ ଏବଂ କଣ୍ଡରସିଂ ଗ୍ରାମର ସଂକୀର୍ତ୍ତନ ଦଳ ଅଂଶ୍ରଗହଣ କରିବେ I କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି I ଆଜି ମନ୍ଦିର ପ୍ରତିଷ୍ଠା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଜନ ସମାଗମ ହୋଇଥିବା ବେଳେ ନାମଯଜ୍ଞ ଦେଖିବା ପାଇଁ ମଧ୍ୟ ଅଧିକ ଭିଡ଼ ହେବାର ସମ୍ଭାବନା ରହିଛି I ତେଣୁ ଭିଡ଼କୁ ଦୃଷ୍ଟିରେ ରଖି ଗ୍ରାମାବସୀଙ୍କ ତରଫରୁ ପାନୀୟ ଜଳ, ରାସ୍ତାଘାଟ ସଫେଇ ଏବଂ ଆଲୋକୀକରଣ ଆଦି ବ୍ୟବସ୍ଥା ମଧ୍ୟ କରାଯାଇଛି I
ରାଜ୍ୟ
ଉସ୍ତପଲ୍ଲୀରେ ଶ୍ୟାମ ସୁନ୍ଦର ମନ୍ଦିର ପ୍ରତିଷ୍ଠା ଉତ୍ସବ
- Hits: 66