ହେଡଲାଇନସ୍:

ଗୁଣପୁରରେ ଓକିଲ ଦିବସ ପାଳନ ପାଇଁ ଓକିଲ ସଂଘର ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି - ଆସନ୍ତା ୨୮ ତାରିଖରେ ମଧୁବାବୁଙ୍କ ଜୟନ୍ତୀରେ ଓକିଲ ସଂଘ ପକ୍ଷରୁଓକିଲ ଦିବସ ପାଳନ ନିମନ୍ତେ ଶନିବାର ଦିନ ଏକ ପ୍ରସ୍ତୁତି ବୈଠକ ସଂଘର ସଭାପତି ଗୌରୀ ଶଙ୍କର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉତ୍ସବର ରୂପ ରେଖ ସମ୍ପର୍କରେ ଟିକିନିଖି ଭାବେ ସଭ୍ୟ ମାନେ ଆଲୋଚନା କରିଥିଲେ। ଉକ୍ତ ଦିନ ସନ୍ଧ୍ୟାରେ ସ୍ଥାନୀୟ କୋର୍ଟ ପ୍ରାଙ୍ଗଣରେ ଆୟୋଜିତ ଉତ୍ସବରେ ଦିବଙ୍ଗତ ଆଇନଜୀବୀ ମାନଙ୍କ ଫଟୋ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ଶ୍ରଦ୍ଧାଞ୍ଜଳି ଦିଆଯାଇ ଓକିଲ ସଂଘ କୋଠରୀରେ ଫୋଟ ଗୁଡିକୁ ଟଙ୍ଗାଯିବାକୁ ସ୍ଥିର କରାଯାଇଛି। ଏହା ବ୍ୟତୀତ ଉତ୍ସବରେ ବରିଷ୍ଠ ଆଇନଜୀବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ସେହିପରି ସୋମବାର ଦିନ ପୂର୍ବାହ୍ନରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଅତିରିକ୍ତ ଜିଲ୍ଲା ଦୋୖରା ଜଜ ଶେଖ ମହମ୍ମଦ କଏସଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ ଅଵସରରେ ଏକ ସଭା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ମାନ୍ୟବର ବିଚାରପତି ଶ୍ରୀ କଏସଙ୍କୁ ଭଞ୍ଜନଗର ଜିଲ୍ଲା ଦୌରା ଜଜ ରୂପେ ବଦଳି ହୋଇଛି। ଏହି ବୈଠକରେ ଓକିଲ ସଂଘର ଉପ ସଭାପତି ରମେଶ ଚନ୍ଦ୍ର ଲିମା , ସମ୍ପାଦକ ପ୍ରବୀଣ ପଟନାୟକ, ବରିଷ୍ଠ ଆଇନଜୀବୀ ଉମା ଚରଣ ପଟନାୟକ, ରାଜେନ୍ଦ୍ର ପ୍ରସାଦ ସାହୁ, ବ୍ରହ୍ମାନନ୍ଦ ପଟନାୟକ, ଅକ୍ଷୟ କୁମାର ଶତପଥି,ଅଶୋକ କୁମାର ଧୁଳି, ତ୍ରିନାଥ ଖାଡ଼ଙ୍ଗା ଓ ଅନ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 

0
0
0
s2sdefault