ହେଡଲାଇନସ୍:

ପ୍ରେମ ପାଇଁ ଜଣେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଯୁବକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼, (ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରେମ ପାଇଁ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ସାରା ଜିଲ୍ଲାରେ ଆଜି ଚର୍ଚ୍ଚାର ବିଷୟ ହୋଇ ରହିଛି । ସୁଚନାନୁସାରେ କଟକ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳର ଯୁବକ ଲିଟୁଆ ଦାସ ନିଜ ଶରୀରରେ ପେଟ୍ରୋଲ ଢାଳି ଏଭଳି ଘଟଣା ଘଟାଇ ଥିବା ଦେଖିବାକୁ ମିଳିଛି । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଲାଠିପଡା ତଅଁଳା ସାହିର ଜଣେ ଯୁବତୀକୁ ସେ ଭଲ ପାଉଥିଲେ । କଟକ ମଙ୍ଗଳାବାଗରେ ସେମାନଙ୍କର ପ୍ରଥମ ଦେଖା ହୋଇଥିଲା । ସେ ଝିଅକୁ ୪ ବର୍ଷ ହେଲା ଭଲ ପାଉଥିବା ପ୍ରକାଶ କରିଛନ୍ତି । ଆଜି ସେ ଯୁବକ ଜଣକ ଲାଠିପଡା ତଅଁଳା ସାହିରେ ସେ ଝିଅ ଘର ସାମ୍ନାରେ ପହଞ୍ଚିଥିଲେ । ଝିଅର ବଡ଼ ଭଉଣୀ ଓ ସାନ ଭଉଣୀ ଉକ୍ତ ଯୁବକକୁ ମରିଜା ବୋଲି କହି ତିରସ୍କାର କରିଥିଲେ ବୋଲି ଯୁବକ ଜଣକ ପ୍ରକାଶ କରିଛନ୍ତି । ଏହି କଥା ଶୁଣି ଯୁବକ ଜଣଙ୍କ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ଲୋକ ମାନେ ଆମ୍ବୁଲାନ୍ସକୁ ଖବର ଦେଇ ଯୁବକକୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି ପରବର୍ତ୍ତୀ ସମୟର ଯୁବକ ଜଣକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଯୁବକ ଜଣକର ଶରୀରର ୮୦ ଭାଗ ପୋଡି ଯାଇଥିବା ଜଣାପଡିଛି । ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟ ଓ ଦୁଃଖଦ ପରିବେଶ ସୃଷ୍ଟି କରିଛି ।

0
0
0
s2sdefault