ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କର ଆତ୍ମସୁରକ୍ଷା ତାଲିମ ଶିବିର ଅଧ୍ଯକ୍ଷା ଡ଼ ରୀନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇସାରିଛି । ଏହାର ଉଦଯାପନୀ ଦିବସ ଉପଲକ୍ଷେ ପ୍ରାରମ୍ଭିକ ସୂଚନା ସୁଶ୍ରୀ ମଧୁସ୍ମିତା ପ୍ରଦାନ କରିଥିବା ବେଳେ, ଅଧ୍ଯକ୍ଷା ଡ଼ ରୀନା ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସୋସିଆଲ ମିଡିଆ ପ୍ରଭାବରେ ଆଜିକାଲି ଝିଅମାନେ ଆଧୁନିକତାକୁ ଆପଣେଇ ନେଇ ଏହାର ଦୁରୁପଯୋଗ କରୁଛନ୍ତି । ଫଳରେ ସେମାନେ ବିଭିନ୍ନ ଶାରୀରିକ ଶୋଷଣର ଶିକାର ହୋଇଛନ୍ତି । ଏଣୁ ଆତ୍ମ ସୁରକ୍ଷା ଏବଂ ଆତ୍ମ ଶୃଙ୍ଖଳା ଦ୍ଵାରା ନିଜକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଛାତ୍ରୀମାନଙ୍କ ନିମନ୍ତେ ଯେଉଁ ଉଚିତ ପଦକ୍ଷେପ ନେଇଛନ୍ତି ତାହା ସ୍ବାଗତଯୋଗ୍ୟ ।
ଏହା ପରେ ଇଂରାଜୀ ଅଧ୍ଯାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ନିଜ ବକ୍ତବ୍ୟରେ କହିଥିଲେ ଯେ ଛାତ୍ରୀମାନଙ୍କର ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହିଲେ ନିଜ ଉପରେ ହେଉଥିବା ଆକ୍ରମଣକୁ ମଧ୍ୟ ମୁକାବିଲା କରିପାରିବେ ତେଣୁ ସମସ୍ତ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିକ୍ଷା କରିବା ଅନିର୍ବାଯ୍ୟ ଅଟେ । ଏହା ସହ ଅନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକା ଯଥା ଡ଼ କଲ୍ୟାଣୀ ମିଶ୍ର , ସୁଶ୍ରୀ ମଧୁସ୍ମିତା ପ୍ରଧାନ , ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତ ଏବଂ ଶ୍ରୀ ତ୍ରିଲୋଚନ ବାରିକ ସମେତ ଛାତ୍ରୀମାନଙ୍କ ଭବିଷ୍ୟତ ଏବଂ ଆତ୍ମସୁରକ୍ଷା କୌଶଳର ଆବଶ୍ୟକତା ସମ୍ପର୍କରେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏସ୍. ମାଧୁରୀ ଦୀକ୍ଷିତ ଏବଂ କୁମାରୀ ପ୍ରିୟା ଶର୍ମା (ଗାନ୍ଧୀ ଫେଲୋ ପିରାମଲ ଫାଉଣ୍ଡେଶନ) ମୁଖ୍ୟ ପ୍ରଶିକ୍ଷକ ଭାବରେ କୌଶଳ ଶିକ୍ଷା ପ୍ରଦାନ କରିଥିଲେ ଏବଂ ଶ୍ରୀ ଏଲ୍.ଦୁର୍ଯ୍ୟୋଧନ ଏହି ଶିବିରକୁ ତତ୍ତ୍ୱାବଧାନ କରିଥିଲେ । ମହାବିଦ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ଗଣ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ପୂର୍ଣ୍ଣ ସହଯୋଗ କରିଥିଲେ ।
ରାଜ୍ୟ
ମହିଳା ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର ଉଦଯାପନ କାର୍ଯ୍ୟକ୍ରମ
- Hits: 15








