ପଦ୍ମପୁର/ ଶିବାଶିଷ ପଟ୍ଟନାୟକ (୧୪|୩) : - ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଳପୁର ଥାନା ଅଞ୍ଚଳର ସୁକିଲିପାହାଡ଼ ନିକଟରେ ଅବୈଧ ଭାବେ ମିଶ୍ରିତ କଫ ସିରପ ବିକ୍ରି କରୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଜଗଦଳପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ଦିଘାଲଙ୍କ ତତ୍ତ୍ୱାବଧାନରେ ପୋଲିସ ଟିମ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗଦଳପୁର ଥାନା ଅଧୀନ ଚନ୍ଦନଭାଟି ଗ୍ରାମର ତୋଷମଣି ସେଠ (୨୮) ଓ ବେଣୁଧର ବାରିକ (୩୦)। ପୋଲିସ ଟିମରେ ଏଏସଆଇ ଶାନ୍ତନୁ କୁମାର ନାୟକ, ହାବିଲଦାର ସୁଦନ ଧରୁଆ ସାମିଲ ଥିଲେ | ପୋଲିସ ସେମାନଙ୍କ ନିକଟରୁ ପ୍ରାୟ ୧୦ ଲିଟର ମିଶ୍ରିତ କଫ ସିରାପ ଭର୍ତ୍ତି ଜାର୍କିନ, ୬୪ ବୋତଲ ଏସକପ୍ କଫ୍ ସିରପ୍ , ନାଇଟ୍ରୋସନ-୧୦ ଟାବଲେଟ, ପ୍ଲାଷ୍ଟିକ ଗ୍ଲାସ୍, ଗୋଟିଏ ହିରୋ ଡୁଏଟ୍ ସ୍କୁଟି, ନଗଦ ୩୭୧ ଟଙ୍କା ଓ ୩ଟି ମୋବାଇଲ ଫୋନ୍ ଜବତ କରିଛି| ଏହି ଘଟଣାରେ ଜଗଦଳପୁର ଥାନା କେସ୍ ନମ୍ବର ୪୩ / ୨୦୨୬ ରେ ମାମଲା ରୁଜୁ କରିଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି।
ରାଜ୍ୟ
କଫ ସିରପ୍ ବିକ୍ରି ଅଭିଯୋଗରେ ୨ ଗିରଫ
- Hits: 6








