ଓଡ଼ଗାଁ,୧୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଶୁଳିଆ ସଂରକ୍ଷିତ ଜଙ୍ଗଲ ନିକଟ ବିଟଳଗାଡିଆ ଗ୍ରାମର ଏକ ଚାଷ ଜମିରେ ବନବିଭାଗ ଚଢାଉ କରି ୮ କେଜୀ ବଣ୍ୟପ୍ରାଣୀ ମାଂସ ସହିତ ଦେଶୀ ବନ୍ଧୁକ ଓ ଦୁଇଟି ଛୁରି ଜବତ କରିଛନ୍ତି । ଗୁରୁବାର ସକାଳେ ବିଶେଷ ସୁତ୍ରରୁ ଖବର ପାଇ ବନପାଳ ସରିତା ବରାଳଙ୍କ ନେତୃତ୍ୱରେ ବନରଖି ସୈାମ୍ୟରଞ୍ଜନ ଦଳେଇ, ପ୍ରୋଟେକସନ୍ ସ୍କ୍ୱାର୍ଡର ଦିଲ୍ଲୀପ କୁମାର ବେହେରା, ଦାସରଥି ପ୍ରଧାନଙ୍କ ସହିତ ଅନ୍ୟ ମାନେ ମଗରବନ୍ଧ ପଞ୍ଚାୟତ ବିଟଳଗାଡିଆ ଗାଁ ନିକଟରେ ପହଁଞ୍ଚିଥିଲେ । ବନ କର୍ମଚାରୀ ଆସିବା ଜାଣି ଶିକାରି ମାନେ ଘଟଣା ସ୍ଥଳରୁ ଦୈାଡିବାକୁ ଆରମ୍ଭ କରିଥିଲେ । ବନ କର୍ମଚାରୀ ମାନେ ତାଙ୍କୁ ଗୋଡ଼ାଇବା ସମୟରେ ଶିକାରିଙ୍କ ମଧ୍ୟରୁ ଜଣେ ବନ୍ଧୁକଧାରିଙ୍କୁ ଅନ୍ୟଜଣେ ସହଯୋଗି ଗୁଳିଫୁଟେଇବାକୁ କହିଥିଲେ । ବନ୍ଧୁକରୁ ଗୁଳିଫୁଟିବା ଭୟରେ ବନକର୍ମଚାରୀ ଡରିଯାଇ ଗତିପଥରେ ପରିବର୍ତ୍ତନ କରି ନିଜକୁ ସୁରକ୍ଷା ଦେଇଥିଲେ । ହେଲେ ଧରାପଡିଯିବା ଭୟରେ ବନ୍ଧୁକୁ ଶିକାରି ବନକର୍ମଚାରୀଙ୍କ ଉପରକୁ ଫୋପାଡ଼ି ଦେଇଥିଲା । ଫଳରେ ଗୁଳି ଭର୍ତ୍ତି ବନ୍ଧୁକର ଗୁଳିସବୁ ଫୁଟିଯାଇଥିଲା । ବନକର୍ମଚାରୀ ଅଳ୍ପକେ
ରକ୍ଷାପାଇଥିବା ବେଳେ ଶିକାରିଙ୍କ ହାତରୁ ବନ୍ଧୁକ ଖସିଯିବା ପରେ ପୁଣି ଥରେ ଗୋଡ଼ାଇ ଥିଲେ । ତେବେ ଧରାପଡିବା ଭୟରେ ଶିକାରି ମାନେ କଟା ମାଂସ ବ୍ୟାଗ୍ ଛାଡ଼ି ବହୁଦୁରକୁ ଚାଲିଯାଇଥିଲେ । କଟା ମାଂସ ବ୍ୟାଗ୍ ସହିତ ଦେଶୀ ବନ୍ଧୁକ ଓ ୨ଟି ଛୁରୀ ଧରି କାର୍ଯ୍ୟାଳୟରେ ପହଁଞ୍ଚି ଥିଲେ ।ନମୁନା ରଖି କାର୍ଯ୍ୟାଳୟ ପରିସରରେ କଟା ମାଂସ ସବୁକୁ ପୋତି ଦିଆଯାଇଥିଲା । ୟୁଡିସି ନମ୍ବର ୩୮/୨୪/୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।
ରାଜ୍ୟ
ବନବିଭାଗର ଚଢାଉ,୮ କିଲୋ କଟା ମାଂସ ସହିତ ଦେଶୀ ବନ୍ଧୁକ ଜବତ୍
- Hits: 42