ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସରକାରୀ ଉଚ୍ଚ ବିଦ୍ୟାଳୟ ନାମନଗଡ଼ ଠାରେ ଚଳିତ ଶିକ୍ଷା ବର୍ଷ (୨୦୨୪-୨୫) ରେ ନାମନଗଡ଼ କ୍ଲଷ୍ଟର ସ୍ତରୀୟ ପ୍ରଥମ ଶ୍ରେଣୀ ରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିରେ ନିଜ ଦକ୍ଷତା ଓ ପାରୀଦର୍ଶିତା ଦୃଷ୍ଟି କୋଣରୁ ଏହି ପ୍ରଦର୍ଶନୀ ଓ ମେଳା ଆୟୋଜନ ହୋଇଥିଲା। ଏହି ମେଳାରେ ଲୋକ ପ୍ରତିନିଧି ଶ୍ରୀମତୀ ଗୀତା ପାଇକ , ଶିକ୍ଷା କମିଟି ଅଧ୍ଯକ୍ଷା ଶ୍ରୀମତୀ ବିରାଜିନି ପାଇକ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ହରିହର ଦାଶ , ଉଦ୍ଘାନୀ ସମାରୋହ ବୈଠକରେ ଆସନ ଗ୍ରହଣ କରିଥିଲେ। ସି ଆର୍ ସି ସି ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା ଏହି ମେଳାକୁ ସୂଚାରୂପେ ପରିଚାଳନା କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସୁଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରିଶେଷରେ ପ୍ରଧାନ ଶିକ୍ଷକ ପ୍ରଦର୍ଶନୀ ଉତ୍ସବରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ହାର୍ଷିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ କୃତଜ୍ଞତା ଜ୍ଞାପନ କରିଥିଲେ।
ରାଜ୍ୟ
ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ (FLN) ପ୍ରଦର୍ଶନୀ ଓ ମେଳା
- Hits: 41